ଖେମୁଣ୍ଡି କଲେଜରେ ପାଠଚକ୍ର ଆଲୋଚନା ଅନୁଷ୍ଠିତ

ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ଖେମୁଣ୍ଡି କଲେଜ ସ୍ମାର୍ଟ୍ ରୁମ୍ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଯୁକ୍ତ ୩ ରାଜନୈତିକ ବିଜ୍ଞାନ ସମ୍ମାନ ବିଭାଗ ପକ୍ଷରୁ ପାଠଚକ୍ର ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷା ପ୍ରଣତି ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପାଠଚକ୍ରରେ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ବିଭାଗ ଅଧ୍ୟାପିକା ସୌଦାମିନୀ ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଧ୍ୟାପକ ଡ. ସନ୍ତୋଷ କୁମାର ସାହୁ, ଅନୀତା କୁମାରୀ ପାଣି, ଉଜ୍ଜଳ ପଣ୍ଡା, ଆଶୁତୋଷ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଭାରତ ବର୍ଷରେ ଜାମ୍ମୁ ଏବଂ କାଶ୍ମୀରରେ ଧାରା ୩୭୦ ଓ ୩୫ (କ) ଉଚ୍ଛେଦ ବିଷୟ ବସ୍ତୁକୁ ଆଧାର କରି ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଏହି ଅବସରରେ ଯୁକ୍ତ ୩ର ଶିବ କୁମାର ରେଡ୍ଡି, ଗଣେଶ ରାଉତ, ଅଞ୍ଜଳୀ ବାଡତ୍ୟା, ଲିଜା କୁମାରୀ ପଣ୍ଡା, ମୀନାକ୍ଷୀ ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀ ନିଜ ନିଜର ସ୍ୱରଚିତ ସନ୍ଦର୍ବ ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଭାଗୀୟ ଛାତ୍ରଛାତ୍ରୀ ଏବଂ କଲେଜ କର୍ତ୍ତୃପକ୍ଷ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ