ଅଣ୍ଡର ୧୫ କ୍ରିକେଟ ଦଳରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଣପୁର,(ୱାଇ ଏନ ଏସ): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ ଦଳରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ ଓସିଏ ପକ୍ଷରୁ ସୂଚନା ମିଳିଛି ଏବଂ ଆସନ୍ତା ୧୯ରେ ବଲାଙ୍ଗୀର ହେବାକୁ ଥିବା କୋଚିଂ କ୍ୟାମ୍ପରେ ଯୋଗଦେବା ପାଇଁ  ୧୮ ତାରିଖ ସୁଦ୍ଧା କୋଚ୍‌ଙ୍କ ନିକଟରେ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଗତ କିଛିଦିନ ହେବ ସେ କଟକ ବାରବାଟୀ ଷ୍ଟାଡିଅମରେ ଓସିଏ ପକ୍ଷରୁ ଟିମ୍‌ ସହ ପ୍ରାକ୍ଟିସ କରୁଥିଲେ। ପୂର୍ବରୁ ସେ ଗଞ୍ଜାମ ଜିଲା ପାଇଁ ବାରବାଟୀ କ୍ରିକେଟ ଷ୍ଟାଡିଅମରେ ଆନ୍ତଃଜିଲା ମହିଳା କ୍ରିକେଟ ଖେଳିବାର ସୁଯୋଗ ପାଇଥିଲେ। ବର୍ତ୍ତମାନ ସେ ବ୍ରହ୍ମପୁରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଜଣେ ଦକ୍ଷ ବାମହାତୀ ବ୍ୟାଟ୍ସମ୍ୟାନ ଭାବେ  ଜଣାଶୁଣା ଥିବା ବେଳେ ସେ ଜଣେ ଭଲ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ଭୁବନେଶ୍ୱରରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ବାପା ମିନତ ମିଶ୍ର ବ୍ରହ୍ମପୁରରେ ପୁଲିସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ସେ ମଧ୍ୟ ଜଣେ ଭଲ କ୍ରିକେଟ୍‌ ଖେଳାଳି ଭାବେ ପୂର୍ବରୁ ଗୁଡ଼ାରି ପାଇଁ ଅନେକ ଥର ଗୌରବ ଆଣିଛନ୍ତି। ଏହାଛଡ଼ା ସେ ଗଜପତି ଜିଲା କ୍ରିକେଟ ପାଇଁ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ। ପିତାଙ୍କ କହିବାନୁଯାୟୀ ଝିଅ ପରିଶ୍ରମ କରୁଛି ସମସ୍ତଙ୍କ ଆଶୀର୍ବାଦ ରହିଲେ ସେ ଜାତୀୟ ଦଳରେ ଖେଳିବାର ଆଶା ରଖିଛି। ଏହି ଖବର ପ୍ରଚୁର ହେବା ପରେ ଆୟୁଷାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ