କିଶାନ୍ ମଜଦୁର୍ ସଭାର ୩ୟ ରାଜ୍ୟ ସମ୍ମିଳନୀ

ଗୁଣପୁର (ୱାଇ ଏନ ଏସ)ସର୍ବଭାରତୀୟ କୣଷକ ସଂଗଠନ, ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଦୁଇ ଦିନିଆ ସମ୍ମିଳନୀ ସମିତିର ସମ୍ପାଦକ କେଦାର ଶବରଙ୍କ
ଆହ୍ୱାନରେ ବୁଧୁବାର ଠାରୁ ଗୁଣୁପୁର ଠାରେ ଆରମ୍ଭ ହୋଇଯାଇଛି । ଆଜି ସମ୍ମିଳନୀର ପ୍ରଥମ ଦିନରେ ଗୁଣୁପୁର ସହରରେ ଏକ ବିଶାଳ ରାଲି ଓ ସାଧାରଣ ସଭାର ଆୟୋଜନ ହୋଇଥିଲା । ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ପୂର୍ବାହ୍ନ ଏଗାରଟା ବେଳେ ରାଲି ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ, ପୁରୁଣା ଗୁଣପୁର ଛକ ଦେଇ ଟାଉନ ହଲ୍ ଠାରେ ପହଞ୍ଚିଥିଲା ।  ରାଜ୍ୟ ସମ୍ପାଦକ  ପ୍ରତାପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସଂଗଠନର  ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଉଦବୋଧନ ଦେଇ ଦେଶରେ ଉତ୍କଟ ହେଉଥିବା କୣଷି ସଂକଟ ଓ କୣଷକମାନଙ୍କ ବର୍ଦ୍ଧିତ ଦୁର୍ଦଶା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଦେଶର କୣଷି, ଜମି ଓ କୣଷିଜାତ ଦ୍ରବ୍ୟର ବ୍ୟବସାୟକୁ ବଡ କମ୍ପାନୀଙ୍କ ହାତରେ ଟେକିଦେବାକୁ କେନ୍ଦ୍ରର ବିଜେପି ସରକାର କରୋନା ସମୟରେ ତିନୋଟି କଳା କୣଷି ଆଇନ ଆଣିଥିଲେ । କିନ୍ତୁ ଭାରତର କୣଷକମାନଙ୍କ ବୀରତ୍ଵପୂର୍ଣ୍ଣ ଲଢେଇ ଫଳରେ ପରେ ତାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ସେମାନଙ୍କ ଅନେକ ଦାବିକୁ ପୂରଣ କରିପାରି ନାହାନ୍ତି । କୣଷକ ବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ବିହନ ବିଲ୍ ଓ ବିଦ୍ୟୁତ ବିଲ୍ ଏବେ ବି କୣଷକଙ୍କ ମୁଣ୍ଡରେ ଖଣ୍ଡା ଭଳି ଝୁଲୁଛି ବୋଲି ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ କରିଥିଲେ । ଇତି ମଧ୍ୟରେ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗରିବ କୣଷକଙ୍କୁ ୟ୍ଯ ଦେଶର କୋଟି କୋଟି କ୍ଷୁଦ୍ର ଚାଷୀ ଓ କୣଷି ଶ୍ରମିକଙ୍କ କାମ କରିବାର ଅଧିକାରକୁ ଛଡେଇ ନେଇଛନ୍ତି । ସେହିପରି ଆମେରିକାର ଚାପରେ ମୋଦି ସରକାର କରୁଥିବା ଭାତ ଆମେରିକା ବାଣିଜ୍ୟ ଚୁକ୍ତି ଦେଶର ବଜାରକୁ ବିଦେଶର ଶସ୍ତା ଖାଦ୍ୟଶସ୍ୟରେ  ଭରିଦେବା ସହ ଭାରତର କୣଷି ଓ କୣଷକଙ୍କୁ ବରବାଦ କରିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ ।  ଅନ୍ୟତମ ବକ୍ତା ଭାବେ ମାନବିକ ଅଧିକାର ସଂଗଠନ ଗାସ୍ ର ସମ୍ପାଦକ ଶ୍ରୀମନ୍ତ ମହାନ୍ତି ରାଜ୍ୟ ଓ କେନ୍ଦ୍ରର କମ୍ପାନୀ ନିଶା ଲାଗି ଆଗାମୀ ଦିନରେ ରାୟଗଡା ଜିଲ୍ଲା ସମେତ ଓଡିଶା ଧୂଳି ଧୂସର ମରୁଭୂମିରେ ପରିଣତ ହେବ । ସରକାର କମ୍ପାନୀଙ୍କ କଥାରେ ବଳପୂର୍ବକ ବିସ୍ଥାପନ କରି ଗାଁ ଗାଁରେ ଚାଷୀ, ଆଦିବାସୀ ଓ ଦଳିତ ଲୋକଙ୍କୁ ବଳପୂର୍ବକ ସେମାନଙ୍କ ଭିଟାମାଟିରୁ ବଞ୍ଚିତ କରୁଛନ୍ତି । କମ୍ପାନୀଙ୍କ ଖଣି ଲୁଟକୁ ସୁଗମ କରିବା ପାଇଁ ସରକାର ବଡ ବଡ ରାଜପଥ ଓ କରିଡର କରୁଥିବା ଅଭିଯୋଗ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ଜାତୀୟ କମିଟିର ପ୍ରତିନିଧି ପି ଇଶ୍ୱର ରାଓ , ଅଖିଳ ଭାରତ ଆଦିବାସୀ ଫୋରମର ନେତା କୁଶନାଥ ପ୍ରଧାନ, ଶ୍ରମିକ ସଂଗଠନ ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ସରକାରର କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ମଞ୍ଚରେ ସଂଗଠନର ନେତା ଲଡ଼ୁ କିଶୋର ଡାକୁଆ, ଅର୍ଜୁନ ଗମାଙ୍ଗ ପ୍ରମୁଖ ମଞ୍ଚାସିନ ଥିଲେ । ଶେଷରେ ରାଜ୍ୟ କମିଟି ସଦସ୍ୟ ସୁବାଷ କୁଲେସିକା ଧନ୍ୟବାଦ ଜଣାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ