ମନୁଷ୍ୟର ଶରୀର ନଶ୍ୱର ଅଟେ, ଆତ୍ମା କେବଳ ଅମର :ଶ୍ରୀକୃଷ୍ଣ
ଶ୍ରୀମଦ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମନୁଷ୍ୟର ଶରୀର ନଶ୍ୱର ଅଟେ, ଆତ୍ମା କେବଳ ଅମର । ଯେଉଁମାନେ ଜନ୍ମ ହୋଇଛନ୍ତି, ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ । ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବଯାତ୍ରା ବାହାରିଥାଏ । ଶବଯାତ୍ରା ସମ୍ବନ୍ଧରେ ଅନେକ ପ୍ରଥା ପ୍ରଚଳିତ ରହିଛି । ଯଦି କାହାର ଶବଯାତ୍ରା ଦେଖାଯାଏ ତେବେ ଆମକୁ ଏହି ୪ଟି ଶୁଭ କାମ ନିଶ୍ଚୟ କରିବା ଉଚିତ ।
ପ୍ରଥମ ଶୁଭ କାମ : ଯଦି କୌଣସି ବ୍ୟକ୍ତି କାହାର ଅନ୍ତିମ ଯାତ୍ରାରେ ସାମିଲ ହୋଇଥାଆନ୍ତି , ଶବକୁ କାନ୍ଧ ଦେଇଥାଆନ୍ତି ତେବେ ତାଙ୍କ ପୁଣ୍ୟ ବୃଦ୍ଧି ହୋଇଥାଏ । ଏହି ପୁଣ୍ୟର ପ୍ରଭାବରେ ପୁରୁଣା ପାପ ନଷ୍ଟ ହୋଇଯାଇଥାଏ । ଏହି ବିଶ୍ୱାସ ଯୋଗୁଁ ଅଧିକାଂଶ ଲୋକେ ଶବଯାତ୍ରାରେ ସାମିଲ ହୋଇ ଶବକୁ କାନ୍ଧ ଦେଇଥାଆନ୍ତି ।
ଦ୍ୱିତୀୟ ଶୁଭ କାମ : ଯଦି ଆମେ ସମୟ ଅଭାବ ଯୋଗୁଁ କୌଣସି ଅଜଣା ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇପାରୁ ନାହିଁ ତେବେ ଶବଯାତ୍ରା ଦେଖିବାବେଳେ ଆମକୁ ରହି ଯିବା ଉଚିତ । ଭଗବାନଙ୍କୁ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ପ୍ରାର୍ଥନା କରିବା ଉଚିତ ।
ତୃତୀୟ ଶୁଭ କାମ : ଯଦି କାହାର ଶବଯାତ୍ରା ଦେଖୁଛନ୍ତି, ତେବେ ରାମ ନାମ ଜପ କରିବା ଉଚିତ । ଶ୍ରୀରାମଚରିତ ମାନସ ମୁତାବକ ରାମ ନାମ ଜପ କରିବା ଦ୍ୱାରା ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି । ଶିବପୁରାଣରେ କୁହାଯାଇଛି ଯେ ମୃତ୍ୟୁ ପରେ ଆତ୍ମା ପରମାତ୍ମାରେ ବିଲୀନ ହୋଇଯାଇଥାଆନ୍ତି । ଏହି କାରଣରୁ ଶବଯାତ୍ରା ଦେଖିଲେ ରାମ ନାମ ଜପ କରିବା ଉଚିତ୍ ଏହା କଲେ ଶିବଙ୍କ କୃପା ମିଳିଥାଏ ।
ଚତୁର୍ଥ ଶୁଭ କାମ : ଯେତେବେଳେ ଶବଯାତ୍ରା ଦେଖୁଛନ୍ତି ସେତେବେଳେ ମୌନ ହୋଇଯିବା ଉଚିତ । ଯଦି ଆମେ କାର୍ କିମ୍ବା ବାଇକରେ ଯାଉଛୁ ତେବେ ଏହି ସମୟରେ ହର୍ଣ୍ଣ ବଜାଇବା ଅନୁଚିତ । ଏହି କାମ ମୃତ ବ୍ୟକ୍ତିଙ୍କ ପ୍ରତି ଆଦର ଏବଂ ସମ୍ମାନ ଭାବନା ପ୍ରକଟ କରିଥାଏ ।


