ଧାନବାଦକୁ ଘାରିଛି କୁକୁର ଭୟ
ଧାନବାଦ: ରାସ୍ତା ସମସ୍ୟା କି ପରିମଳ ସମସ୍ୟାକୁ ନେଇ କୌଣସି ନଗର ନିଗମ ଚିନ୍ତିତ ହେଉଥିବାବେଳେ କୁକୁରଙ୍କୁ ନେଇ ଅସୁବିଧାରେ ପଡିଯାଇଛି ଝାଡ଼ଖଣ୍ଡର ଧାନବାଦ ସହରୟ ଆତଙ୍କବାଦୀଙ୍କ ଭୟ ସହରକୁ ଯେତିକି ନାହିଁ ତା’ଠାରୁ କୁକୁର ଭୟ ବେଶି ଘାରିଛି । ସହରରେ ପ୍ରତିଦିନ ୧୦୦ରୁ ୧୫୦ ଜଣ କୁକୁର କାମୁଡାରେ ଆକ୍ରାନ୍ତ ହେଉଛନ୍ତି । ବର୍ଷକୁ ୪୨,୦୦୦ ଲୋକ କୁକୁର କାମୁଡାର ଶିକାର ହୋଇ ଆଣ୍ଟି ରାବିସ ଇଞ୍ଜେକଶନ ନେଉଛନ୍ତି । ସକାଳ ହେବା କ୍ଷଣି କୁକୁରଙ୍କ ଆତଙ୍କ ଆରମ୍ଭ ହୋଇଯାଉଛି । ବୁଲାକୁକୁରଙ୍କ ବଂଶବୃଦ୍ଧି ରୋକିବାକୁ ୨୦୧୬ରେ ହୋଇଥିବା ଯୋଜନା ଫାଇଲରେ ରହିଯାଇଛି । ଷ୍ଟ୍ରଟ୍ ଡଗ୍ ବାର୍ଥ କଣ୍ଟ୍ରୋଲ ସୋସାଇଟି ଗଠନ ବି କରାଯାଇ ସୋସାଇଟି ଆକ୍ଟରେ ପଞ୍ଜୀକରଣ କରାଯାଇଥିôଲା । କିନ୍ତୁ ତିନିବର୍ଷ ପରେ ତାହାକୁ ନବୀକରଣ କରାଯାଇିପାରନି । ୯ ସଦସ୍ୟ ବିଶିଷ୍ଟ ଏହି କିମିଟିରେ ତିନି ବର୍ଷ ମଧ୍ୟରେ ଥରେ ବୈଠକ ହୋଇଛି । ୬ଥର ସୋସାଇଟି ରେଜିଷ୍ଟ୍ରେଶନ ଲାଗି ଚିଠି ଲେଖାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ । ନଗର ନିଗମର ଅବହେଳା ଯୋଗୁ ଗତ ଏକବର୍ଷ ମଧ୍ୟରେ କୁକୁର ୯୦୦ ଶିଶୁଙ୍କୁ କାମୁଡି ସାରିଲେଣି ।


