ସବୁଜ ଭାରତର ୮ମ ସ୍ୱନକ୍ଷତ୍ର ଉତ୍ସବ ପରିବେଶ ସନ୍ତୁଳନ ନିହାତି ଅପରିହାର୍ଯ୍ୟ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସାମାଜିକ ଅନୁଷ୍ଠାନ ସବୁଜ ଭାରତର ଅଷ୍ଟମ ସ୍ୱନକ୍ଷତ୍ର ଉତ୍ସବ ୟୁନିଟ୍‌-୩ସ୍ଥିତ ବିଭାଗୀୟ ମୁଖ୍ୟ ଦପ୍ତର ସ୍ୱଳ୍ପବେତନ ଭୋଗୀ କର୍ମଚାରୀ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ସାଂସ୍କୃତିକ ସାମ୍ମୁଖ୍ୟ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସଭାପତି ଭାବେ ଦୂରଦର୍ଶୀର ସମ୍ପାଦକ ତଥା ବିଜୁ ଜନତା ଦଳର ମୁଖପାତ୍ର ଦୁର୍ଗା ସାମନ୍ତରାୟ ଯୋଗଦେଇ ପରିବେଶ ସନ୍ତୁଳନ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ରଖିଥିଲେ । ପ୍ରତ୍ୟେକ ନାଗରିକ ନିଷ୍ଠାପର ଭାବରେ ପରିବେଶ ସଚେତନତା, ପରିବେଶ ସୁରକ୍ଷା ତଥା ସନ୍ତୁଳନ ପ୍ରତି ଧ୍ୟାନ ଦେଲେ ବାସ୍ତବ କ୍ଷେତ୍ରରେ ଏକ ସବୁଜ ଭାରତର ପରିକଳ୍ପନା ଆମେ କରିପାରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସରକାରଙ୍କ ସହିତ ମିଶି ସାମାଜିକ ସଂଗଠନ ଏବଂ ସ୍ୱେଚ୍ଛାସେବୀ ମାନେ ନିଷ୍ଠାର ସହିତ କାର୍ଯ୍ୟ କଲେ ସବୁଜିମାର ସ୍ୱପ୍ନ ସାକାର ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନା ଉପସ୍ଥିତ ରହି ସବୁଜ ଭାରତର ଆଗାମୀ ଲକ୍ଷ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ । ଏହି ଅବସରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସାମ୍ବାଦିକ, ସମାଜସେବୀ ତଥା ସାହିତ୍ୟିକ ସର୍ବଶ୍ରୀ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ, ସମାଜସେବୀ ତଥା ମୁଗୁପୁରୁ ସମାଚାରର କାର୍ଯ୍ୟକାରୀ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ଡ. ଘନଶ୍ୟାମ ବିଶ୍ୱାସ, ଦାମୋଦର ବିଶ୍ୱାସ, ବିଜୟଲକ୍ଷ୍ମୀ ମହାପାତ୍ର ଏବଂ କାହ୍ନୁଚରଣ ଶତପଥୀଙ୍କୁ ମାନପତ୍ର ଏବଂ ଗୋଟିଏ ଗୋଟିଏ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏକତା ସାହୁ, ଶୈଳବାଳା ସ୍ୱାଇଁ, ମନସ୍ମିତା ମିଶ୍ର, ମନୋରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ