ବୁଗୁଡ଼ାରେ ହେଲେମେଟ ଧରପଗଡ଼, ୧୦ ହଜାର ଟଙ୍କା ଜରିମାନା ଆଦାୟ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ପୋଲିସ ଜିଲ୍ଲା, ବୁଗୁଡା ପୋଲିସ ଥାନା ପକ୍ଷରୁ ଡିସେମ୍ବର ୦୨ ତାରିଖ ଦିନ ବୁଗୁଡା ସହରରେ ହେଲେମେଟ ଧରପଗଡ଼ କରାଯାଇ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଥିବା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ବୁଧବାର ଦିନ ଉପ ଆରକ୍ଷୀ ନିରୀକ୍ଷକ ମନୋଜ କୁମାର ପ୍ରଧାନ ଓ ବୁଗୁଡା ପୋଲିସ ବାହୀନ ଦ୍ୱରା ୨୦ ଜଣ ବାଇକ ଚାଳକ ହେଲେମେଟ ବ୍ୟବହାର କରୁନଥିବା ଯୋଗୁଁ ସେମାନଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଜଣେ ବାଇକ ଚାଳକ ଆଇନ ଅମାନ୍ୟ କରିବା ଯୋଗୁଁ ସେହି ବ୍ୟକ୍ତିଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ କରା ଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ