ଆଇ.ଓ.ସି.ଏଲ. କର୍ମଚାରୀ ମୂଲ୍ୟ ଧାର୍ଯ୍ୟ ପାଇଁ ମାଗୁଛନ୍ତି ପାଉଣା

ବୁଗୁଡା,(ଅନିଲ କୁମାର ମହାରଣା): ରାଜ୍ୟ ରାଜପଥ କଡର ଜମି ଘରବାରି ହିସାବରେ ବିକ୍ରି ହେଉଛି। ସେହି ମୂଲ୍ୟବାନ ଜମିରେ ଗ୍ୟାସ ପାଇପ ଯାଉଛି। ହେଲେ ସେହି ମୂଲ୍ୟବାନ ଜମି ପାଇଁ ଅଧିକ ଦାମ ଧାର୍ଯ୍ୟ କରିବା ପାଇଁ ଆଇ.ଓ.ସି.ଏଲ. କର୍ମଚାରୀ ମାନେ ପାଉଣା ମାଗୁଥିବା ନେଇ ଅଭିଯୋଗ କରିଛନ୍ତି କ୍ଷତି ପୂରଣ ପାଇବାକୁ ଥିବା ଚାଷୀ ବୃନ୍ଦ। ଏହିପରି ଘଟଣା ନେଇ ଅଭିଯୋଗ ହୋଇଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକରେ ଆଇ.ଓ.ସି.ଏଲ. ପକ୍ଷରୁ ଚାଲିଥିବା ଗ୍ୟାସ ପାଇପ ଲାଇନ ବିଛାଉ ଥିବା କମ୍ପାନୀର କର୍ମଚାରୀଙ୍କ ବିରୋଦ୍ଧରେ। ୨୦୧୮ ମସିହାରେ ଏହି ଗ୍ୟାସ ପାଇପ ଲାଇନ କାର୍ଯ୍ୟକାରୀ ପାଇଁ ହୋଇଥିବା ଜଣାଶୁଣାଣିରେ ସାଧାରଣ ଜମି ଅପେକ୍ଷା ରାସ୍ତାକଡ଼ ମୂଲ୍ୟବାନ ଜମିପାଇଁ ଅଧିକ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ ଦାବୀ ହୋଇଥିଲା। ତାହା ବିଚାରକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ବୁଗୁଡା ଆସିଥିବା ଆଇ.ଓ.ସି.ଏଲ. କର୍ମଚାରୀ ମାନେ ପାଉଣା ନଦେଲେ କରିବେ ନାହିଁ ବୋଲି କହୁଥିବା ନେଇ ଜମି ଅଧିଗ୍ରହଣ ବେଳେ ଜମି ହରାଇଥିବା ଚାଷୀ ରମେଶ ଚନ୍ଦ୍ର ଆଲତିଆ, ରମେଶ ସାହୁ, ଚନ୍ଦନ ମହାରଣା, ଚିତ୍ତରଞ୍ଜନ ପ୍ରଧାନ, କେ.ମୋଚିରାମ ପାତ୍ର, ଅମୃତ ଘଡେଇ ଙ୍କ ସମେତ ଅନ୍ୟାନ୍ୟ ରୟତ, କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀ ବୃନ୍ଦ। ପ୍ରେସ କ୍ଳବକୁ ଏହି ବିଷୟ ନେଇ ଅବଗତ କରାଇବା ସହ ଯଦି ଉପଯୁକ୍ତ କ୍ଷତି ପୂରଣ ଦେବାରେ ଅବହେଳା କରାଯାଏ ତେବେ ସେମାନେ ରାଜରାସ୍ତକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏହି ବିଷୟ ନେଇ ସେମାନେ କେନ୍ଦ୍ର ସରକାର, ରାଜ୍ୟ ସରକାର, ହାଇଦ୍ରାବାଦ ସକ୍ଷମ ପ୍ରାଧିକାରୀ ଅଧିକାରୀ, ପାରାଦ୍ୱୀପ ପାଇପ ଲାଇନ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ଦର୍ଶାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ