ଦିଗପହଣ୍ଡି ବସଷ୍ଟାଣ୍ଡ ରୁ ଯୁବକଙ୍କୁ ମିଳିଲା ସୁନା ଚେନ ; ଥାନାରେ ପହଞ୍ଚି ପୋଲିସକୁ ହସ୍ତାନ୍ତର କଲେ ସାଧାରଣରେ ପ୍ରଶଂସା
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବସଷ୍ଟାଣ୍ଡ ରୁ ଗୁରୁବାର ସଞ୍ଜୟ ମହାପାତ୍ର ଓରଫ ମିଟୁ ନାମକ ଜଣେ ଯୁବକଙ୍କୁ ୧୫ ଗ୍ରାମ ଓଜନର ସୁନା ଚେନ ମିଳିଥିବା ଜଣାପଡିଛି। ଏକ ପାନ ଦୋକାନ ସମ୍ମୁଖରୁ ମିଳିଥିବା ସୁନାଚେନ୍ ଟି କୁ ସେ ସନ୍ଧ୍ୟାରେ ଦିଗପହଣ୍ଡି ଥାନାରେ ପହଞ୍ଚି ଚିକିଟି ଏସ ଡି ପି ଓ ସୁରେନ୍ଦ୍ରନାଥ ମୁର୍ମୁ , ଆଇ ଆଇ ସି ବସନ୍ତ କୁମାର ସେଠୀ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ରେ ହସ୍ତାନ୍ତର କରିଥିବା ଜଣାପଡିଛି। ଥାନା ପରିସର ରେ ଆଇ ଆଇ ସି ଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ଏସ ଡି ପି ଓ ମିଟୁ ମହାପାତ୍ର ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମର୍ଦ୍ଧିତ କରିବା ସହ ତାଙ୍କ ର ଏଭଳି ମହନୀୟତା କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ମିଟୁ ଦିଗପହଣ୍ଡି ଏନ୍ ଏ ସି ୱାର୍ଡ ନଂ.୪ ର ପ୍ରାକ୍ତନ କାଉନସିଲର ବିଳାସ ମହାପାତ୍ର ଙ୍କ ଜ୍ୟେଷ୍ଠ ପୁତ୍ର ବୋଲି ଜଣାପଡିଛି।