୧୧ ହାତୀ ଚମ୍ପୁଆ ମୁହାଁ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରରେ ୧୧ ଗୋଟି ହାତୀ ଉପଦ୍ରବ କରିବା ପରେ ବନ ବିଭାଗ ପକ୍ଷରୁ ଘୋଉଡାଇ ଦିଆଯିବାରୁ ଚମ୍ପୁଆ ମୁହାଁ ହୋଇଥିବା ଜଣା ପଡିଛି । ଯୋଡା ବନପାଳ ଅନିରୁଧ ପଣ୍ଡାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚମ୍ପୁଆ ବନଖଣ୍ଡ ଅନ୍ତର୍ଗତ ମିିରିଗିସିଙ୍ଗା ବନାଂଚଳ ଆଡକୁ ଏହି ୧୧ ଟି ହାତୀ ଚାଲିଯାଇଛନ୍ତି । ଯୋଡା ସହରରେ ବୁଧବାର ଭୋର୍ ସମୟରେ ଆତଙ୍କ କରିବା ସହିତ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ବନ ବିଭାଗ ପକ୍ଷରୁ ହାତୀ ସ୍କ୍ୱାର୍ଡ ବଳରେ ହାତୀ ପଲଙ୍କୁ ଘଉଡାଇ ଦିଆଯାଇଥିଲା । ହାତୀ ଗୁଡିକ ଇଂଗାଣିଝରଣ ରାସ୍ତା ଦେଇ କାନପୁର ଡ୍ୟାମ୍ ଅଂଚଳ ଅତିକ୍ରମ କରି ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ମିରିଗିସିଙ୍ଗା ଜଙ୍ଗଲରେ ଅଛନ୍ତି । ଏହି ହାତୀ ପଲରେ ଥିବା ଏକ ଦନ୍ତା ହାତୀ ଅତ୍ୟନ୍ତ ହିଂସ୍ର ହୋଇଥିବାରୁ ବନ ବିଭାଗ ଏହାର ଗତିବିଧି ଉପରେ ତିକ୍ଷ୍‌ଣ ନଜର ରଖିଥିବା ଚମ୍ପୁଆ ରେଞ୍ଜ ଅଧିକାରୀ ଗଣେଶ୍ୱର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ