ପରୀକୁ ନ୍ୟାୟ ପ୍ରଦାନ ଦାବୀରେ ଏବିଭିପିର ବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ନଗର ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପରୀର ହତ୍ୟାକାରୀକୁ ତୁରନ୍ତ ଗିରଫ କରାଯିବା ସହ ପରୀକୁ ଉଚିତ ନ୍ୟାୟ ପ୍ରଦାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ ସାହୁଙ୍କ ଇସ୍ତଫା ଦାବୀକରି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ନଗରର କର୍ମକତ୍ତାମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରାବାଜି କରିବା ସହିତ ପରୀ ହତ୍ୟାକାଣ୍ଡର ସି.ବି.ଆଇ.ତଦନ୍ତ ଦାବୀ କରିଥିଲେ । ଯଦି ପରୀକୁ ଉଚିତ ନ୍ୟାୟ ପ୍ରଦାନ କରାନଯାଏ ଆଗାମୀ ଦିନରେ ଏବିଭିପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା । ଏହି ବିକ୍ଷୋଭରେ ଏବିଭିପିର ନଗର ସମ୍ପାଦକ ପଙ୍କଜ ପ୍ରଧାନ, ସହସମ୍ପାଦକ ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ଜଗଦିଶ ନାୟକ, ଶଶି ପ୍ରସାଦ ମହାରଣା, ଲିପସାରାଣୀ ଦାସ, ପ୍ରତିମା ଜେନା, ସୁଜିତ ରାଉତ, ଅକ୍ଷୟ ପାତ୍ର, ସଞ୍ଜିତ ପରିଡା, ଜୀବନଜ୍ୟୋତି ବେହୁରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ବିକ୍ଷୋଭକୁ ଭବାନୀଶଙ୍କର ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ