ବାଇକ୍ କୁ ଧକ୍କା ଦେଲା ଟ୍ରକ

ଭଂଜନଗର,(ସନ୍ତୋଷ କୁମାର ଜେନା): ଅନ୍ତର୍ଗତ ବେଲଗୁଣ୍ଠI ଫାଣ୍ଡି ନିକଟ ବାଣତୁମ୍ଭ ଗ୍ରାମ ଠାରେ ବାଇକ୍ କୁ ଧକ୍କା ଦେଇ ଟ୍ରକ ଦ୍ରୁତଗତିରେ ପଳାଉ ଥିବା ବେଳେ ବେଲଗୁଣ୍ଠI ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପିଛା କରି ନୂଆଁଗା ବିଜ୍ ନିକଟରେ ଅଟକାଇବା ସହ ଡ୍ରାଇଭର ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।ଟ୍ରକଟି ଦ୍ରୁତଗତିରେ ଆସି ବିପରୀତ ଦିଗରୁ ଆସୁଥିବା ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଛିଟିକି ହୋଇ ପଡିବା ଫଳରେ ବାଇକ୍ ଚାଳକର ଗୈ।ଡ ଭାଙ୍ଗି ଯାଇଛି । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରିଯାଇଥିଲା ।ଏଠାରେ ତାଙ୍କର ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।ଗୁରୁତର ଆହତ ଜଣଙ୍କହେଲେ ମାଧବ ନାୟକ ଘର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତାମନାଡ ଗ୍ରାମରେ ।ଆହତ ମାଧବ କୈଣସି କାମରେ ତନରଡା ଗ୍ରାମକୁ ଆସି କାମସାରି ନିଜ ଗ୍ରାମ ତାମନାଡ ଗ୍ରାମକୁ ଫେରୁଥିବା ସମୟରେ ବାଣତୁମ୍ଭ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲାl

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ