ପୁରୁଣାଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

ଅନୁଗୋଳ, : ସ୍ବାସ୍ଥ୍ୟ ରକ୍ଷା, ସଂକ୍ରମଣ ନିୟନ୍ତ୍ରଣ ଓ ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଗୋଳ ଜିଲାର ପୁରୁଣାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ୨୦୧୮-୧୯ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନର ନିଷ୍ପତ୍ତି କ୍ରମେ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ ଗୃହରେ ଆୟୋଜିତ କାର‌୍ୟ୍ୟକ୍ରମରେ ଜିଲାପାଳ ମନୋଜ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ବାବଦ ୨ ଲକ୍ଷ ଟଙ୍କାର ଚେକ୍‌ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଆୟୁଷ ଡାକ୍ତରଙ୍କ ଉତ୍ସଗୀକୃତ ସେବାକୁ ଜିଲାପାଳ ପ୍ରଂଶସା କରିବା ସହ ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ। ସେହିଭଳି ଗ୍ରାମାଞ୍ଚଳରେ ଆଶାକର୍ମୀମାନଙ୍କ କାର‌୍ୟ୍ୟ ପ୍ରଶଂସନୀୟ ବୋଲି ଜିଲାପାଳ କହିଥିଲେ। ପ୍ରାରମ୍ଭରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି ପୁରୁଣାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡାକ୍ତର ରାକେଶ କୁମାର ସାହୁ, ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର କର୍ମକର୍ତ୍ତା, ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀମାନେ ଯୋଗଦେଇଥିଲେ। ଏହି ଅବସରରେ ୩ ଜଣ ଆଶାକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ସତ୍ୟନାରାୟଣ ସିଂସାମନ୍ତ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ