ଅଧିକ ପାଣି ପିଇବା ବଢ଼ାଇପାରେ କିଡନି ସମସ୍ୟା
ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅନେକ ଶରୀରିକ ସମସ୍ୟା ଦେଖାଯାଇଥାଏ । ଦିନକୁ ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡନିକୁ ଦରକାରଠାରୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ ।
୧. ଅଧିକ ପାଣି ପିଇଲେ ଓଭରହାଇଡ୍ରେସନର ସମସ୍ୟା ଦେଖା ଯାଇଥାଏ । ଯାହାର ସିଧା ପ୍ରଭାବ କିଡ୍ନୀ ଉପରେ ପଡ଼ିଥାଏ । କିଡନି ଶରୀରରେ ପାଣିକୁ
ସୁଦ୍ଧ କରିବାର କାମ କରିଥାଏ । ଅଧିକ ପାଣି ପିଇବା ଦ୍ୱାରା କିଡ୍ନୀ ସବୁ ପାଣିକୁ ଶରୀରରୁ ବାହାର କରି ପାରି ନଥାଏ । ଯାହା ଦ୍ୱାରା କିଡ୍ନୀ ଉପରେ ·ପ ପଡ଼ିବା ଆରମ୍ଭ ହୋଇଯାଇଥାଏ ।
୨. ଅଧିକ ପାଣି ପିଇବା ଦ୍ୱାରା ରକ୍ତର ଘନତ୍ୱ ବଢ଼ିଥାଏ । ଯାହା ଦ୍ୱାରା ହୃଦ୍ଜନିତ ସମସ୍ୟା ହେବାର ଆଶଙ୍କା ବି ଯାଇଥାଏ ।
୩. ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ପରିବର୍ତ୍ତେ ବଦହଜମିର ସମସ୍ୟା ଆରମ୍ଭ ହୋଇଯାଇଥାଏ । ଅଧିକ ପାଣି ପିଇଲେ ପାଚନ ରସ ଠିକ୍ ଭାବରେ କାମ କରିବା ବନ୍ଦ କରି ଦେଇଥାଏ ।


