ଓଜନ ହ୍ରାସ ପାଇଁ ଖାଆନ୍ତୁ ରସୁଣ
ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆଜିକା ସମୟରେ ମେଦବହୁଳତା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇ କୋଲା ରସୁଣ ଚୋବାଇ ଖାଇବା ଅଭ୍ୟାସ କରନ୍ତୁ । ଏହା ଦ୍ୱାରା କିଛିଦିନ ମଧ୍ୟରେ ଆପଣ ପାର୍ଥକ୍ୟ ନିଜେ ଅନୁଭବ କରିପାରିବେ ।
ସକାଳୁ ଖାଲି ପେଟରେ ଦୁଇକୋଲା ରସୁଣ ଚୋବାଇ ଖାଇବା ଦ୍ୱାରା ରକ୍ତରେ କୋଲେଷ୍ଟ୍ରଲର ପରିମାଣ ହ୍ରାସ ପାଇଥାଏ । ଶରୀରରୁ ଅନାବଶ୍ୟକ ଚର୍ବି ଓ ତଳି ପେଟରୁ ଅନାବଶ୍ୟକ ଚର୍ବି ଆଦି ବାହାରିଯାଇଥାଏ ।
ନିୟମିତ ୨ଟି ରସୁଣ କୋଲାକୁ ପାଣିରେ ଫୁଟାଇ ଛାଣି ଏହାକୁ ·’ପରି ପିଇଲେ ଉଚ୍ଚ ରକ୍ତ·ପ, ମାନସିକ ·ପ, କର୍କଟ, ହାର୍ଟ ଆଟାକ୍ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ ।
କେବଳ ଏତିିକି ନୁହେଁ, କଞ୍ଚା ରସୁଣରେ ଭିଟାମିନ୍-“ଏ’ “ବି’ “ସି’, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଜିଙ୍କ୍, ଲୌହ, ମ୍ୟାଗ୍ନେସିୟମ୍ ଓ ଫସଫରସ୍ ରହିଥାଏ । ତେଣୁ ରସୁଣ ଖାଇବା ଦ୍ୱାରା ହାର୍ଟ ଆଟାକ୍ ହେବାର ଆଶଙ୍କା କମ୍ ରହିଥାଏ ।


