ଗୋରୁ ଚୋରା ଚାଲାଣ ଗାଡ଼ି ଜବତ, ଦଶ ଗୋରୁ ଉଦ୍ଧାର
ଅନୁଗୋଳ, – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଶିମିଳି ସହି ନିକଟରେ ବଅଁରପାଳ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ପିକ୍ ଅପ୍ ଭ୍ଯାନ ଜବତ ହୋଇଛି ଓ ଡ୍ରାଇଭର୍ ଅଟକ ଥିବା ସହ ଦଶ ଗୋରୁ ଙ୍କୁ ଉଦ୍ଧାର କରାଯାଇଛି l ସୂଚନା ମୁତାବକ ବଅଁରପାଳ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ନରସିଂହପୂର୍ ରୁ କେଉଁଝର ଆଡ଼େ ଯାଉଥିବା ପିକ୍ ଅପ୍ ଭ୍ଯାନ ନ ଓଡି 05 ଏଡି 6760 ଗୋରୁ ବୋଝେଇ ହୋଇ ଯାଉଥିବା ବେଳେ ମଙ୍ଗଳବାର ରାତିରେ ପୁଲିସ ହାତରେ ଧରା ପଡିଥିଲେ l ପୁଲିସ ପିକ୍ ଅପ୍ ଭ୍ଯାନ କୁ ଜବତ କରିବା ସହ ଚାଳକ ପ୍ରଫୁଲ୍ଲ ସ୍ଵାଇଁ(30) କୁ ଅଟକ ରଖି ପଚରାଉଚରା ଚଳାଇଛି l ଆଜି ବୁଧବାର ପ୍ରାଣୀ ସୁରକ୍ଷା ମଞ୍ଚ ପକ୍ଷରୁ କର୍ମକର୍ତ୍ତା ପବିତ୍ର ମୋହନ ସାମଲ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତି କରି ବଅଁରପାଳ ପୁଲିସ ଏକ ମାମଲା ରୁଜୁ
କରିଥିବା ବେଳେ ଗୁରୁବାର ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପ୍ରକାଶ କରିଛି l