ବାଣ ଫୁଟି ବାଳକ ଗୁରୁତର, ପ୍ରଶାସନିକ ନୀତିନିୟମ ର ଅବମାନନା
କୋଦଳା,(ଗୁଲସନ କୁମାର କର): ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତରେ ଅଫୁଟା ବାଣ ରୁ ଅଘଟଣ ଘଟି ଜଣେ ବାଳକ ଗୁରୁତର ହୋଇଛି | ସୂଚନା ଅନୁଯାୟୀ ଗ୍ରାମର ଜଣେ ଯୁବକଙ୍କ ବାହାଘର ସରିଥିଲା ।ବାହାଘର ରେ ବ୍ୟବହୃତ କିଛି ବାଣ ଅଫୁଟା ଅବସ୍ଥାରେ ପଡି ରହିଥିଲା।ପିଲାଟି ସେ ଅଫୁଟା ବାଣ ସହିତ ଖେଳୁଥିବା ଅବସ୍ଥାରେ ବାଣ ଟି ହାତରେ ଫୁଟି ଯାଇ ହାତ ଟି ପ୍ରାୟତଃ ନଷ୍ଟ ହୋଇଯାଇଛି।ବର୍ତ୍ତମାନ ବାଳକ ଟି ବ୍ରହ୍ମପୁର ସ୍ଥିତ ଏମ କେ ସି ଜି ରେ ଚିକିତ୍ସା ହେଉଛି |ଏଠାରେ ପ୍ରଶ୍ନ ଉଠୁଛି କୋଭିଡ କଟକଣା ଥିବା ସତ୍ୱେ ବାହାଘର ରେ ଜୈନକ ଯୁବକ କେମିତି ବାଣ ରୋଷଣୀ ରେ ବାହାଘର କରିଥିଲେ ନା ପ୍ରଶାସନ ଜାଣି ଶୁଣି ନିରବ ଥିଲା | ବାଳକ ର ଚିକିତ୍ସା ଜନିତ ଖର୍ଚ୍ଚ କରିବ କିଏ, ଯଦି ବାଳକ ଟି ର କିଛି ଅସୁବିଧା ହୁଏ ଦାୟୀ କିଏ ରହିବ ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି |


