ଟାଉନ ଥାନା ପୋଲିସ ପକ୍ଷରୁ ତନିମୁହାଣିଛକରେ ହେଲମେଟ ଚେକିଂ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ଟାଉନ ଥାନା ପୋଲିସ ପକ୍ଷରୁ କେନ୍ଦ୍ରାପଡା ସହରର ତିନିମୁହାଣିଛକରେ ଶନିବାର ସକାଳେ ହେଲମେଟ ଚେକିଂ କରାଯାଇଥିଲା । ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଉଥିବା ଆରୋହୀମାନଙ୍କ ଠାରୁ ପୋଲିସ ଜୋରିମାନା ଆଦାୟ କରିଥିବା ସହ କେତେକ ଆରୋହୀଙ୍କୁ ବାରମ୍ବାର ସଚେତନ କରିବା ପରେବି ସେମାନେ ହେଲମେଟ ପିନ୍ଧିନଥିବାରୁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ପୋଲିସ ସୁପାରିଶ କରିଥିବା ସୁଚନା ମିଳିଛି । ଟାଉନ ଥାନା ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ପୋଲିସ ଫୋର୍ସଙ୍କ ସହ ତିନିମୁହାଣିଛକରେ ବିନା ହେଲମେଟରେ ଗାଡି ଚଳାଉଥିବା ୯ଜଣ ଦୁଇଚକିଆ ଯାନ ଆରୋହୀଙ୍କ ଠାରୁ ୪ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ୫ଜଣ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିବାକୁ ସୁପାରିଶ କରିଥିବା ସୂଚନା ଦେଇଛନ୍ତି ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀ ସାମନ୍ତରାୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ