ବୁଲା କୁକୁରଙ୍କ ଯତ୍ନ ନେଇ ଚର୍ଚ୍ଚାରେ ଆର୍ ଅରୁନାନ୍
ଚେନ୍ନାଇ: ଗତ କିଛି ଦିନ ହେବ ଟ୍ରାଫିକ୍ ପୁଲିସର ନିଷ୍ଠୁରତା ଆପଣ ଦେଖି ଆସୁଛନ୍ତି । ହେଲେ ଟ୍ରାଫିକ୍ ପୁଲିସ୍ ମହାନତା କେବେ ଦେଖିଛନ୍ତି? ଚେନ୍ନାଇରେ ଦେଖିବାକୁ ମିଳିଛି ଏପରି କିଛି ନିଆରା ଦୃଶ୍ୟ । ଟ୍ରାଫିକ୍ ପୁଲିସ୍ ଆର୍ ଅରୁନାନ୍ ଏକ ରାସ୍ତାରେ ବୁଲୁଥିବା କୁକୁରକୁ ଖାଇବାକୁ ଦେଇ ଚର୍ଚ୍ଚା ପାଲଟିଛନ୍ତି । କୁକୁରକୁ ତ ଅନେକ ଲୋକ ଖାଇବାକୁ ଦିଅନ୍ତି, ମାତ୍ର ଅରୁନାନ୍ ବର୍ଷ ବର୍ଷ ଧରି ଦୈନିକ ଏହି କାର୍ଯ୍ୟ କରି ଆସୁଛନ୍ତି । ତାଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଗତ ୨ ବର୍ଷ ଭିତରେ ସେ ୩୨ଟି କୁକୁରଙ୍କ ଯତ୍ନ ନେଇ ସାରିଲେଣି । ଆଉ ୮ ମାସ ପରେ ସେ ତାଙ୍କ ·କିରି ଜୀବନରୁ ଅବସର ନେବେ । ଅରୁନାନ୍ ରାସ୍ତାରେ ବୁଲୁଥିବା କୁକୁରମାନଙ୍କୁ ଉଦ୍ଧାର କରି ତାଙ୍କର ଯତ୍ନ ନିଅନ୍ତି । ସୁନ୍ଦର ସୁନ୍ଦର କୁକୁର ଛୁଆମାନଙ୍କୁ ପୋଷିବା ପାଇଁ ଲୋକଙ୍କୁ କୁହନ୍ତି । କେହି କେହି ତାଙ୍କଠାରୁ କୁକୁର ଛୁଆ କିଣି ଘରକୁ ବି ନିଅନ୍ତି ।


