କାର ଦୁର୍ଘଟଣାରେ ବର ସମେତ ୩ଜଣ ଗୁରୁତର

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଲକ ଗୋବରା, ବାସୁଦେବ ପୁର ଶାସନର ନାରାୟଣ ମିଶ୍ରଙ୍କ ସାନପୁଅ ଆଶିଷ ର ଗତକାଲି ଜୟପୁର ସ୍ଥିତ ଜୟନଗର ଠାରେ ସୌମ୍ୟାଙ୍କ ସହ ବିବାହ ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ବର ଓ କନ୍ୟା ଅଲଗା ଅଲଗା ଗାଡ଼ିରେ ଗୋବରା ଫେରୁଥିଲେ।ବର ଆଶିଷ ବସିଥିବା କାର କୁ ତାର ବଡ଼ଭାଇ ଗିରିଶ ଚଳାଉଥିବା ବେଳେ ସେଥିରେ ତାଙ୍କର ଅନ୍ୟ ୨ଜଣ ବନ୍ଧୁ ମଧ୍ୟ ରହିଥିଲେ। ଅଡବା ନିକଟ ବିରିକୋଟ ମେଡ଼ିକାଲ ଛକ ନିକଟରେ କାର ଟିକୁ ସାମ୍ନା ପଟୁ ଆସୁଥିବା ଏକ ଅଜଣା ଗାଡ଼ି ରାତି ପ୍ରାୟ ୨ ଟା ବେଳେ ଧକ୍କା ଦେଇ ଚାଲିଯାଇଥିଲା।ଫଳରେ କାରଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଗାଡ଼ି ସାମ୍ନାରେ ଥିବା କାଚ ଭାଙ୍ଗି ବର ସମେତ ସମସ୍ତେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ