୪୫ ବର୍ଷ ହେଲା ଖାଉଛନ୍ତି କାଚ
ଭୋପାଳ : ସାଧାରଣତଃ କିଛି ଲୋକ ମାଟି ବା ଚକ୍ ଖଡି ଖାଉଥିବା ଆପଣ ଶୁଣିଥିବେ । କିନ୍ତୁ କାଚ ଖାଇବା କଥା କେବେ ଶୁଣିଛନ୍ତି କି ? ମଧ୍ୟପ୍ରଦେଶର ଦିନ୍ଦୋରୀ ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଦିନେ କି ଦୁଇ ଦିନ ନୁହେଁ, ଜଣେ ବ୍ୟକ୍ତି ୪୦ରୁ ୪୫ ବର୍ଷ ହେଲା କାଚ ଖାଉଛନ୍ତି । ହେଲେ ଏପରି ନକରିବା ପାଇଁ ସେ ଅନ୍ୟକୁ ପରାମର୍ଶ ଦେଉଛନ୍ତି ।
ବ୍ୟକ୍ତି ଜଣଙ୍କ କାଚ ଚୋବାଇ ଖାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ବହୁତ ଆରାମରେ କାଚଗୁଡିକୁ ଚୋବାଇ ଚୋବାଇ ଖାଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଖାଇବା ପାଇଁ ତାଙ୍କ ପତ୍ନୀ ତାଙ୍କୁ କାଚ ଆଣି ଦେଇଥାନ୍ତି । କାଚ ଚୋବାଇ ଖାଉଥିବା ବ୍ୟକ୍ତି ଜଣଙ୍କ ହେଲେ ଦିନ୍ଦୋର ଜିଲ୍ଲାର ଶାହପୁରାର ବାସିନ୍ଦା ହୟାରାମ ସାହୁ । ସେ ପେସାରେ ଜଣେ ଆଇନଜୀବୀ । କିନ୍ତୁ ତାଙ୍କର ନିଶା ହେଉଛି କାଚ ଚୋବାଇ ଖାଇବା । ଦୟାରାମ ପିଲା ବେଳୁ କାଚ ଖାଇବା ଆରମ୍ଭ କରିଥିଲେ । ସମୟକ୍ରମେ ଏହି ଅଭ୍ୟାସ ନିଶାରେ ପରିଣତ ହୋଇଥିଲା । ଆଜିକୁ ପ୍ରାୟ ଦୀର୍ଘ ୪୦ରୁ ୪୫ ବର୍ଷ ଧରି ସେ କାଚ ଚୋବାଇ ଖାଉଛନ୍ତି । ଏହି ବଦ ଅଭ୍ୟାସ ପାଇଁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି ଅର୍ଥାତ୍ ତାଙ୍କ ଦାନ୍ତ ମାଢି ନଷ୍ଟ ହେଉଛି ବୋଲି ସେ କହିଛନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ତେଣୁ କାଚ ନ ଖାଇବା ପାଇଁ ଅନ୍ୟମାନଙ୍କୁ ସେ ପରାମର୍ଶ ଦେଉଛନ୍ତି । ଦୟାରାମଙ୍କ କହିବା ଅନୁଯାୟୀ, ପୂର୍ବରୁ ସେ ଗୋଟିଏ ଦିନରେ ଏକ କେଜି ଓଜନର କାଚ ଚୋବାଇ ଖାଉଥିଲେ । କିନ୍ତୁ ଦାନ୍ତ ମାଢ଼ି ଦୁର୍ବଳ ହେବା କାରଣରୁ ସେ ଏବେ ଧୀରେ ଧୀରେ କାଚ ଖାଇବା କମ୍ କରୁଛନ୍ତି । ଏହି ଅଭ୍ୟାସ ସମ୍ପୂର୍ଣ୍ଣ ଭାବେ ପରିତ୍ୟୠ କରିବାକୁ ·ହୁଁଛନ୍ତି ବୋଲି କହିଛନ୍ତି ।


