ତିନି ଦିନ ହେଲା ନିଖୋଜ ଶିଶୁର ମୃତଦେହ ଗାଁ ପାଖ ରାସ୍ତାକଡରୁ ଉଦ୍ଧାର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ବାସାଘୁଟୁ ଗ୍ରାମର ଦେଵେନ୍ଦ୍ର ହେମ୍ରମ ଙ୍କ ୮ବର୍ଷର ଶିଶୁ ପୁତ୍ର୍ ଦଶରଥ ଶନିବାର ଦିନ ଛେଳି ଚରାଇବାକୁ ଯାଇ ଘରକୁ ଫେରି ନ ଥିଲା ।ଆଜି ଘର ପାଖରୁ ୧ କିମି ଦୂର ଵାସାଘୁଟୁ-ତୁଣ୍ଟିପାଣି ଗାଁ ରାସ୍ତାକଡରୁ ମୃତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଖବର ପାଇ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀସ ସାହୁ ଏବଂ ବାଦାମପାହାଡ ଥାନା ଅଧିକାରୀ ବିଜୟ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିବା ସହ ଛାନଭିନ କରିଥିଲେ ।ପରେ ସନ୍ଧାନି ପୋଲିସ କୁକୁର ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରାଯାଇଥିଲା ।ଏହାକୁ ନେଇ ଛୁଆର ମା ଯବାନୀ ହେମ୍ରମ ଙ୍କ ଲିଖିତ ଅଭିଯୋଗ ନେଇ ଏକ ହତ୍ଯା ମାମଲା କେଶ ନଂ ୭୮/୨୦ ରୁଜ୍ଜୁ କରାଯାଇଛି ।ମୃତ୍ୟୁ ର କାରଣ ଅସ୍ପଷ୍ଟ ।ଶିଶୁ ମୃତ୍ଯକୁ ନେଇ ପୋଲିସର ଚିନ୍ତା ବଢ଼ି ଯାଇଛି ।ଶିଶୁ ମୃତ୍ୟୁ ନେଇ ସାରା ଓଡିଶା ଉଠୁଛି ପଡୁଛି । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ