ବାଘୁଆ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଭୂମି ପୂଜା ଓ ଭିତ୍ତି ପ୍ରସ୍ତର ସ୍ଥାପନ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ମତାଝରି ନିକଟ ବାଘୁଆ ଜଳ ଭଣ୍ଡାର ନିମ୍ନ ଦେଶରେ ବାଘୁଆ ନଦୀ ଉପରେ ଏକ ଉଚ୍ଚ ସ୍ତରୀୟ ସେତୁ ନିର୍ମାଣ ପାଇଁ ଡିସେମ୍ବର ୧୫ ତାରିଖ ଦିନ ଭୂମି ପୂଜା ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୪ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ସେତୁର ଭୂମି ପୂଜା ଓ ଭିତ୍ତି ପ୍ରସ୍ତର ସ୍ଥାପନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକ ପରିଚାଳକ ଇଂ ବିଜୟ କୁମାର ମିଶ୍ର, ଏବଂ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଗୁଣ ନିୟନ୍ତ୍ରଣ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଇଂ ଲଡୁ କିଶୋର ସାବତ, ଓ ଭଞ୍ଜନଗର ଜଳସେଚନ ପ୍ରଭାଗ ନିର୍ବାହୀ ଯନ୍ତ୍ରୀ ଇଂ ନିହାର ରଞ୍ଜନ ସାମନ୍ତରା ଯୋଗ ଦେଇଥିଲେ। ଠିକ୍ ବାଘୁଆ ଜଳଭଣ୍ଡାର ତଳ ଭାଗରେ ବାଘୁଆ ନଦୀ ଉପରେ ଏହି ସେତୁ ନିର୍ମାଣ ହେବାପରେ ଜଳଭଣ୍ଡାର ହିଡ ଉପରେ ଯାନବାହନ ନଯାଇ ଏହି ସେତୁ ଦେଇଯିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ମଦନ ଗୋପାଳ ଦୋରା, ରାଜେନ୍ଦ୍ର କୁମାର ପାଢୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ବାଘୁଆ ଜଳଭଣ୍ଡାର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ଏବଂ ବିଭାଗର ଅନ୍ୟାନ୍ୟ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବହୁ ଲୋକ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ