ମହିଳା ମହାସଂଘ କାର୍ଯ୍ୟାଳୟ ଉଦଘାଟିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଠାରେ ମହିଳା ମହାସଂଘ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ସରପଞ୍ଚ ଶ୍ରୀମତୀ ଅଲିଭା ନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଗ୍ରାମାଞ୍ଚଳ ମହିଳାଙ୍କ ଆର୍ଥିକ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ । ମହାସଂଘ ସଭାନେତ୍ରୀ ପ୍ରତିମା କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସମେତ ଓଡିଶା ଜିବୀକା ମିଶନ ବ୍ଲକ ସଂଯୋଜିକା କାଞ୍ଚନପ୍ରଭା ମଲ୍ଲିକ, ବିରେନ୍ଦ୍ର ନାୟକ, ଲକ୍ଷ୍ମୀଧର ପଲେଇ ପ୍ରମୁଖ ଯୋଗଦେଇ ମହିଳା ମହାସଂଘ ସମ୍ପର୍କରେ ମତଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ପାଦିକା ସ୍ମିତାରାଣୀ ନାୟକ, ସଦସ୍ୟା ମମତା ସାମଲ, ଗୀତାରାଣୀ ନାୟକ, ମାଳତୀ ସାମଲ, ଶୟନ ବେହେରା, ମାନସୀ ବିଶ୍ୱାଳ, ସରସ୍ୱତୀ ରାଉତ, ପ୍ରତିମା ମାଝୀ ପ୍ରମୁଖ ପରିଚାଳନା କରିଥିଲେ ।