ଗଂଜାମ ପୋଲିସର ମୋ ସରକାର ଉପରେ ସୂଚନାଦେଲେ ଏସପି
ଛତ୍ରପୁର, : ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଗଂଜାମ ପୋଲିସ ପକ୍ଷରୁ ଏଥି ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଗଂଜାମ ପୋଲିସ ଜିଲ୍ଲା କାର୍ଯ୍ୟାଳୟରେ କଲ ସେଣ୍ଟର ଖୋଲାଯାଇଛି । ମୋ ସରକାର କାର୍ଯ୍ୟକ୍ରମ ଆଧାରରେ ପୋଲିସ ଜିଲ୍ଲାର ୩୨୧ ଜଣଙ୍କୁ କଲ କରି ପୋଲିସ ଷ୍ଟେସନ ସମ୍ପର୍କରେ ଫିଡବେକ ନିଆଯାଇଛି । ଏଠାରୁ ଅନଲାଇନରେ ଚରିତ୍ର ପ୍ରମାଣ ପତ୍ର, ପରି ବହୁ ସେବା ପ୍ରଦାନ କରାଯାଉଛି । ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ପୋଲିସ କଂଟ୍ରୋଲ ରୁମକୁ ୯୦୧୧କଲ ସାଧାରଣ ଲୋକଙ୍କ ଠାରୁ ଆସି ଅଛି । ସେଥି ମଧ୍ୟରୁ ଠିକ୍ ଥିବା ୧୦୩୭ କଲ ଉପରେ ପଦକ୍ଷେପ ନିଆଯାଇଛି । ୭୫୭୫୧ ଜଣକୁ ସଚେତନତା ବାର୍ତ୍ତା ପଠାଯାଇଛି । ହିଂଜିଳି,ଛତ୍ରପୁର ଓ ଆସିକା ଥାନାର ସମସ୍ତ ଦୃଶ୍ୟ ଲାଇଫ ଟେଲିକାଷ୍ଟ ହୋଇ ଏଠାରେ ଜଣା ପଡିଛି । ଏଫଆଇଆରକପିରେ ନିଶ୍ଚିତ ଫନୋ ନମ୍ବର ରଖିବାକୁ କୁହାଯାଇଛି । ଲୋକେ ଯେପରି ମୋ ଥାନା ବୋଲି ଭାବିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଏସପି ରାଏ କହିଥିଲେ । ତାସହିତ ଯେଉଁ ଥାନା ଭଲ ସେବା ଯୋଗାଇବ ତାକୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ଏସପି କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଡିଏସପି କେଡକ୍ୱାର୍ଟର ଅଜୟ କୁମାର ମିଶ୍ର, ଡିଏସପି ପ୍ରଦୀପ କୁମାର ଦଳେଇ ଓ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର ପ୍ରମୁଖ ଉପସ୍ଥିତ ଥିଲେ ।