ଜୀବନ ଯୁଦ୍ଧରେ ହାରିଗଲେ କୋଭିଡ଼୍ ଯୋଦ୍ଧା ଏଏନ୍‌ଏମ୍‌ ଗାୟତ୍ରୀ ଦାସ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଜୀବନ ଯୁଦ୍ଧରେ ହାରିଗଲେ ମହିଳା କୋଭିଡ଼୍ ଯୋଦ୍ଧା ଗାୟତ୍ରୀ ଦାସ। ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସମଗ୍ର ଜିଲାରେ ଶୋକରଛାୟା ଖେଳିଯାଇଛି। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଚକାପାଦ ବ୍ଳକ ଅନ୍ତର୍ଗତ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତି ଭିତ୍ତିକ ଏଏନ୍ଏମ୍ ଭାବେ କାର୍ଯ୍ୟକରିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ଯୋଦ୍ଧା ଗାୟତ୍ରୀ ଦାସ ପ୍ରଥମେ ଫୁଲବାଣୀ କୋଭିଡ଼୍ ମେଡ଼ିକାଲ୍‌ରେ ଚିକିତ୍ସିତ ହେବାପରେ ଅଧିକ ଚିିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର କୋଭିଡ଼୍ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ହେବାପରେ କରୋନାରୁ ମୁକ୍ତ ହୋଇଥିଲେ। କିନ୍ତୂ ଗାୟତ୍ରୀ ଦାସ ଅନ୍ୟ କେତେକ ରୋଗରେ ସଂକ୍ରମିତ ହୋଇଥି ଜଣାପଡ଼ିଥିଲା ଓ ସେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟରେ ରଖି ଚିକିତ୍ସିତ କରାଯାଉଥିଲା । ପ୍ରତ୍ୟେକ ଦିନ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜଣେ ଚୁକ୍ତି ଭିତ୍ତିକ ଏଏନ୍ଏମ୍‌ଙ୍କ ପରିବାର ପାଇଁ ଏହି ଖର୍ଚ୍ଚ ବହନ କରିବା ସମ୍ଭବପର ହୋଇନଥିଲା । ଆର୍ଥିକ ସ୍ଥିତି ଭଲନଥିବା ଯୋଗୁଁ ସହାୟତା ପାଇଁ ସ୍ୱର୍ଗତ ଗାୟତ୍ରୀଙ୍କ ଭାଇ ଓ ଏକମାତ୍ର ଝିଅ ଏନେଇ ଜିଲା ପ୍ରଶାସନ ସମେତ ବିିଭିନ୍ନ ସଂଗଠନର ସହାୟତା ଲାଗି ନିବେଦନ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ ସେଭଳି କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଇ ନଥିଲେ ମଧ୍ୟ ବିିିଭିନ୍ନ ସଂଗଠନ ପକ୍ଷରୁ ସହାୟତାର ହାତ ବଢାଯାଇଥିଲା । ତେବେ ଦୀର୍ଘଦିନ ଧରି ଚିକିତ୍ସା ହେଉଥିବା ଗାୟତ୍ରୀ ଶେଷରେ ଶନିବାର  ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏଏନ୍‌ଏମ୍‌ ଗାୟତ୍ରୀ ଦାସଙ୍କ ମୃତ୍ୟୁ ଖବର ଚକାପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମତେ ସମଗ୍ର ଜିଲାରେ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ କରୋନା ଯୋଦ୍ଧାଙ୍କ ମଧ୍ୟରେ ଶୋକରଛାୟା ଖେଳାଇ ଦେଇଛି । ଖବର ପାଇ ଟିମ୍ ହ୍ୟୁମାନିଟ ସ୍ୱର୍ଗ ରଥଗାଡ଼ି ଭୁବନେଶ୍ୱର ଯାଇ ଗାୟତ୍ରୀଙ୍କ ମୃତ ଦେହକୁ ଫୁଲବାଣୀ ଆଣିଥିଲେ । ଶନିବାର ବିଳମ୍ବିତ ରାତିରେ ଫୁଲବାଣୀରେ ତାଙ୍କର ମୃତଦେହ ପହଞ୍ଚିବା ପରେ ପରିବାର ବର୍ଗ ସମେତ ନିଜ ସାହିବାସିନ୍ଦାଙ୍କ ସହଯୋଗରେ ପିଅନପଡ଼ା ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ଗାୟତ୍ରୀଙ୍କ ପାଇଁ ଖଜୁରିପଡ଼ା ଅଞ୍ଚଳର ତାଙ୍କର ସ୍କୁଲ ସାଙ୍ଗସାଥିମାନେ ମଧ୍ୟ ସହଯୋଗର ହାତ ବଢାଇଥିଲେ। ଅନ୍ୟପକ୍ଷରେ ସ୍ୱର୍ଗତ ଗାୟତ୍ରୀ ଦାସ ତାଙ୍କ ପରିବାରରୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦବୋକୁ ବିଭିନ୍ନ ମହଲରେ ଦାବି ହୋଇଛି। ଗାୟତ୍ରୀ ଭୁବନେଶ୍ୱରର ଏକ ବେସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପାଖରେ ସ୍ୱାମୀ ଗଗନ ପଟନାୟକ ଓ ଗାୟତ୍ରୀଙ୍କ ଭାଇ ରାଜେଶ କୁମାର ଦାସ ଭୁବନେଶ୍ୱରରେ ଉପସ୍ଥିତଥିଲେ । ଗାୟତ୍ରୀ ଦାସ ଗତ ୬ ବର୍ଷ ଧରି ବ୍ରାହ୍ମଣପାଦ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏଏନ୍‌ଏମ୍‌ ଭାବେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କର ଚାକିରି ଗତ ଏକମାସ ତଳେ ରେଗୁଲାର୍ ହୋଇଥିଲା। ସେ ଚକାପାଦ ଅଞ୍ଚଳର ବିିଭିନ୍ନ ଅଞ୍ଚଳକୁ ଯାଇ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା । ଆଜି ତାଙ୍କ ମୃତ୍ୟୁପରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମଧ୍ୟ ଶୋକ ସଭା କରାଯାଇ ଅମର ଆତ୍ମାର ସଦ୍ ଗତି କାମନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ