ପରୀକୁ ନ୍ୟାୟ ଦେବା ଦାବିରେ ପାରାଦୀପ ବିଜେପିର ଶୋଭାଯାତ୍ରା

ପାରାଦୀପ,(ପୀତବାସ ପ୍ରଧାନ): ପରୀକୁ ନ୍ୟାୟ ଦେବା ଦାବିରେ ଆଜି ପାରାଦୀପ ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେପର ବରିଷ୍ଠ ନେତା ତଥା ପାରାଦୀପର ବିଜେପି ବିଧାୟକ ପ୍ରାର୍ଥୀି ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବରିଷ୍ଠ ବିଜେପି ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ଜିଲା ଉପ ସଭାପତି ଅଜିତ ଦାସ, ନଗର ସଭାପତି ସୁବ୍ରତ କୁମାର ପ୍ରଧାନ, ଅରୁଣ କୁମାର ସ୍ୱାଇଁ, ସର୍ବେଶ୍ୱର ବଳିଆରସିଂ, ନୃସିହ ଚୌଧୁରୀ, ରଶ୍ମୀରଞ୍ଜନ ସାମନ୍ତରାୟ, ପ୍ରକାଶ ତ୍ରିପାଠୀ, ପ୍ରଦୀପ୍ତ ମହାପାତ୍ର, ସର୍ବେଶ୍ୱର ଜେନା, ଶୈଳେନ୍ଦ୍ରୀ ସେନାପତି, ଅରଜିଲା ଶିବା, ପ୍ରଫୁଲ ପରିଜା, ବନିତା ରାଉତ, ଟୁନିପ୍ରଭା ରାଉତ, ମିନାକ୍ଷୀ ବେହେରା, ହୃଷିକେଶ ଦାସ, ପ୍ରଭାତ ସାହାଣୀ, ବିରଜା ପ୍ରସାଦ ତ୍ରିପାଠୀ, ଶୁଭାଶିଷ ଦାସ, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ପରୀ ମାମଲାର ସବିଆଇ ତଦନ୍ତ ଓ ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବିଷ୍କାର ଦାବି କରିଥିଲେ । ସେହିପରି ଏବେ ରାଜ୍ୟରେ ପ୍ରାୟ ୫ହଜାର ଶିଶୁ ନିଖୋଜ ଅଛନ୍ତି । ମାତ୍ର ରାଜ୍ୟ ସରକାର ଏ ଦିଗରେ ହାତ ଟେକିଦେଇଛି । ତୁରନ୍ତ ଏହି ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା ସହିତ ପରୀ ମାମଲାରେ ପିଡ଼ୀତା ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ବିଜେପି ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ