ବ୍ଲକ ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ
ନାଉଗାଁ, (ଓ୍ବାଇଏନଏସ): ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ଅୟୋଜିତ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ବିଡିଓ ନିରଞ୍ଜନ ପରିଡା ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ନାଉଗାଁ ସାଧୁଗୋସ୍ୱମୀ ପୀଠରୁ ବାହାରି ନାଉଗାଁ ବଜାର ପରିକ୍ରମା ପରେ ନାଉଗାଁ ବ୍ଲକ କାର୍ଯ୍ୟାଳୟରେ ପହଁଚିଥିଲା। ଏଥିରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌରଜିତ୍ ମହାପାତ୍ର, ସିଡିପିଓ ସ୍ୱପ୍ନା ମହାପାତ୍ର, ମିଶନ ଶକ୍ତିର ବିପିସି ସତ୍ୟାର୍ଥ ବିକାଶ ପରିଡା, ଓଏଲଏମର ବିପିଏମ୍ ଗଣେଶ ସ୍ୱାଇଁ, ବ୍ଲକର ସମସ୍ତ ବିଏଲସି ପ୍ରମୁଖ ଯୋଗ ଦେଇଥିବା ବେଳେ ଅଙ୍ଗନୱାଡି କର୍ମୀ, ସିଆରପି ଏବଂ ବ୍ଲକର ସମସ୍ତ କର୍ମଚାରୀ ସାମିଲ ଥିଲେ।


