ଚୋରା ସାର ଜବତ ଘଟଣା, ଥାନାରେ ଲିଖିତ ଅଭିଯୋଗ କଲେ ସହକାରୀ କୃଷି ଅଧିକାରୀ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ଗାରୋଇ ରୁ ଦୁଇଟି ସ୍ଥାନରୁ ଅଗଷ୍ଟ ୧୨ରେ ଚୋରା ସାର ଜବତ କରାଯାଇଥିଲା। ଚୋରା ସାର ଗଚ୍ଛିତ ରଖିଥିବା ବ୍ୟକ୍ତଙ୍କ ନାମରେ ବ୍ଳକ ସହକାରୀ କୃଷି ଅଧିକାରୀ ତଥା ସାର ନିରୀକ୍ଷକ ଅଗ୍ନି ପଣ୍ଡା ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଗାରୋଇ ଗ୍ରାମର ତାରକ ସାହୁ ନିଜ ଦୋକାନ ଓ ଭଡା ଘରେ ୧୯୦ ବ୍ୟାଗ ସାର ଗଚ୍ଛିତ ରଖିଥିଲେ। ଏହି ଚଢାଉରେ ଭାରାପ୍ରାପ୍ତ ମୁଖ୍ୟ ଜିଲା କୃଷି ଅଧିକାରୀ ବିଭୁଦତ ସାହୁ, ବ୍ଳକ କୃଷି ଅଧିକାରୀ ଯୁଗସ୍ମିତା ପାତ୍ର, ମୃତିକା ରସାୟନ ଅଧିକାରୀ ସ୍ୱାଗତିକା ମିଶ୍ର, ସହକାରୀ କୃଷି ଅଧିକାରୀ ସ୍ୱରାଜ ବେହେରା,ସହକାରୀ କୃଷି ଅଧିକାରୀ ଅଗ୍ନି ପଣ୍ଡା, ସହକାରୀ କୃଷି ଅଧିକାରୀ ଅଙ୍କିତ ଦଳାଇ, ତହସିଲଦାର ଅକ୍ଷୟ ବଡୁ, ଅତିରିକ୍ତ ତହସିଲଦାର ଶରତ ପରିଡା, ନାଉଗାଁ ଥାନାଧିକାରୀ ଦେବାଶୀଷ ପଣ୍ଡା ଆଦି ଉପସ୍ଥିତ ଥିଲେ। ତେଣୁ ଅଭିଯୋଗକୁ ଭିତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୧୯୭/୨୦୨୬ ରେ ଏକ ମାମଲା ରଜୁ କରାଯାଇଛି। ସାରର ନମୁନା ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଦେବାଶୀଷ ପଣ୍ଡା ସୂଚନା ଦେଇଛନ୍ତି।


