ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବନ୍ଧୁକ ମିଳିବାକୁ ନେଇ ତଦନ୍ତ ଆରମ୍ଭ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ନିକଟରୁ ଏକ ବନ୍ଧୁକ ମିଳିବା କୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ଧୁକଟି ଅସଲି କି ନକଲି ତାହାର ତଦନ୍ତ କରିବା ପାଇଁ ବିଦ୍ୟାଳୟ ପରିସରରେ ଥାନାଧିକାରୀ ଦେବାଶୀଷ ପଣ୍ଡା, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜଶ୍ରୀ ସାହୁ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ମହାନ୍ତି ବ୍ଳକ ଶିକ୍ଷାଧିକାରୀ ଦିଲିପ କୁମାର ବଡପଣ୍ଡା, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜଶ୍ରୀ ସାହୁ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ମହାନ୍ତି ଅପରାହ୍ନରେ ପହଂଚି ତଦନ୍ତ କରିଥିଲେ। ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ମିଶ୍ରଙ୍କ ସୂଚନା ମୁତାବକ ଗତ ୨ଦିନ ତଳେ ନବମ ଶ୍ରେଣୀରେ ପଢୁ ଥିବା ପିଲାଙ୍କ ବ୍ୟାଗକୁ କିଏ କାଟି ଦେଉଥିବା କିଛି ଅଭିଭାବକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ଉକ୍ତ ଶ୍ରେଣୀର ସମସ୍ତ ପିଲାଙ୍କ ବ୍ୟାଗ ଯାଂଚ କରାଯିବ ବୋଲି କୁହାଯାଇଥିଲା। ଯାଂଚ ସମୟରେ ଛୁରି କିମ୍ବା ବ୍ଳେଡ ବ୍ୟାଗ ମିଳିଲେ ବ୍ୟାଗ କିଏ କାଟୁଛି ଧରି ହେବ। ଉକ୍ତ କଥା ଶୁଣିବା ପରେ ଏହି ଶ୍ରେଣୀର ଜୈନିକ ଛାତ୍ର ନିଜ ବ୍ୟାଗରେ ରଖିଥିବା ଏକ ଗ୍ୟାସ ଲାଇଟର ଯେ କି ବନ୍ଧୁକ ପରି ଦେଖିବା ପାଇଁ ଲୁଚାଇ ନେଇ ବିଦ୍ୟାଳୟ ପରିସରରେ ଥିବା ଏକ ଷ୍ଟାଚୁ ପଛ ପାଶ୍ୱର୍ରେ ପକାଇ ଦେଇଥିଲା। ପକାଇବା ସମୟରେ ଅନ୍ୟ ଯେଉଁ ପିଲା ଦେଖିଥିଲେ ସେମାନେ ବିଦ୍ୟାଳୟର କ୍ରିଡା ଶିକ୍ଷକ ଅଭିଜିତ ପରିଡାଙ୍କୁ ସୂଚନା ଦେଇଥିଲେ। ଏହି ଘଟଣାକୁ କ୍ରିଡା ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇବା ପରେ ପ୍ରଦାନ ଶିକ୍ଷକ ସଙ୍ଗେ ସଙ୍ଗେ ସେମାନଙ୍କ ଅଭିଭାବକଙ୍କୁ ଡାକି ଆଲୋଚନା କରିଥିବା କହିଥିଲେ। ବିଦ୍ୟାଳୟ ପରିସରରେ ମିଳିତ ତଦନ୍ତରେ ଅଧିକାରୀ ମାନେ ପିଲାଙ୍କ ବୟାନ ନେଇଥିଲେ। ପରେ କ୍ରିଡା ଶିକ୍ଷକ ଲିଖିତ ଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଉକ୍ତ ରିପୋର୍ଟକୁ ଥାନାଧିକାରି ଦେବାଶୀଷ ପଣ୍ଡାଙ୍କୁ ପ୍ରଦାନ କରିଥିଲେ। ମିଳିଥିବା ବନ୍ଧୁକଟି ଏକ ଗ୍ୟାସ ଲାଇଟର କିନ୍ତୁ ତାର ଆକୃତି ବନ୍ଧୁକ ପରି ଦେଖାଯାଉଥିବା ଥାନାଧିକାରୀ ପଣ୍ଡା ସୂଚନା ଦେଇଛନ୍ତି।


