ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଶାମୁକ୍ତ ଅଭିଯାନ

ନାଉଗାଁ ,(ପ୍ରଦୋଷ ମହାନ୍ତି ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡାଂଶସ୍ଥିତ ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଜାପିତା  ବ୍ରହ୍ମ କୁମାରୀ ଆଶ୍ରମ, ନାଉଗାଁ ଶାଖା ତରଫରୁ ଏକ ନିଶା ମୁକ୍ତ ଅଭିଯାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୀବନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ସାଙ୍ଗ ବାଛିବା, ଶୃଙ୍ଖଳିତ ଜୀବନ ଯାପନ କରିବା, ନିଜର ଲକ୍ଷ୍ୟ ପ୍ରତି ସଚେତନ ରହିବା ଦ୍ୱାରା ନିଶା ଭଳି ଅଭ୍ୟାସ ଠାରୁ ଦୂରରେ ରହି ହେବ ବୋଲି ପରାମର୍ଶ ଦେଇଥିଲେ | ପ୍ରଥମେ ପ୍ରଜାପିତା  ବ୍ରହ୍ମକୁମାରୀ ଆଶ୍ରମ ତରଫରୁ ବି.କେ ପ୍ରତିମା ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରିଥିବା ବେଳେ ବିକେ ପାଢୀ, ସମାଜସେବୀ ରବୀନ୍ଦ୍ର କୁମାର ପଟ୍ଟନାୟକ , ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି , ଶୁଭଶ୍ରୀ ସାସମଲ, ଲିପିକା ସାହୁ , ପ୍ରମାଣି ମିଶ୍ର ଆଦି ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ  | ଏହି କାର୍ଯ୍ୟକ୍ରମରେ ୭୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ