ମା ସୁବର୍ଣ୍ଣମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ବନସ୍ତା ଚାମ୍ପିୟାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକର ବଳିପୁର ଖେଳପଡିଆ ଠାରେ ମା ସୁବର୍ଣ୍ଣମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ କ୍ରିଷ୍ଣା କ୍ରିକେଟ ଟିମ ମଢିଆଳି ଓ ୱାଇଜେସି କ୍ରିକେଟ ଟିମ ବନସ୍ତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବନସ୍ତା କ୍ରିକେଟ ଟିମ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ମଢିଆଳୀ କ୍ରିକେଟ ଟିମ ଟସଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ଓଭରରେ ସମସ୍ତ ଉଇକେଟ ହରାଇ ୧୪୬ରନ ସଗ୍ରହ କରିଥିଲା । ଜବାବରେ ବନସ୍ତା କ୍ରିକେଟ ଟିମ ୧୫.୨ଓଭରରେ ୬ଉଇକେଟ ହରାଇ ୧୪୭ରନ କରି ବିଜୟୀ ହୋଇଥିଲା । ଅନୁଷ୍ଠିତ ଉଦଯାପନୀ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ବଳିପୁର ଉ.ପ୍ରା ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ଅବସରପ୍ରାପ୍ତ ଶିକ୍ଷକ ନରହରି ସେଠୀ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀଧର ଜେନା ଯୋଗଦେଇ ଚାମ୍ପିଅନ୍ ଓ ରନଅର୍ସଅପ ଦଳକୁ ପୁରସ୍କୃତ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ମିଷ୍ଟର ଦୁଖେଶଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜୀବନଜ୍ୟୋତି ବାରିକ ଓ ଲିପୁନ ସେଠୀ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଭାଗିରଥି ସେଠୀ, ମଳୟ ସାହୁ , ଭାଷ୍ୟକାର ଭାବେ ଆଶିଷ ଓଝା ଦାୟିତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟକୁ ମା ସୁବର୍ଣ୍ଣମୁଖି କ୍ରିକେଟ କ୍ଲବର ସଦସ୍ୟମାନେ ପରିଚାଳନା କରିଥିଲେ ।