ଭଞ୍ଜନଗର ଏନ.ଏ.ସି ଅଂଚଳରେ ଏସ୍ଏଚଜି ର ବିକାଶ ପାଇଁ ଯୋଜନା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏନ.ଏ.ସିର ବିଭିନ୍ନ ୱାର୍ଡ ରେ ଥିବା ୧୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିକାଶ ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଏଣୁ ଏନ.ଏ.ସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ପୂର୍ବାପେକ୍ଷା ସେମାନେଙ୍କୁ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଇଛି। ସହରାଞ୍ଚଳ ଯୋଜନା ବନୀକରଣ ଓ ପାଚେରୀରେ ଚିତ୍ର କରିବାର ଦାୟିତ୍ୱ ଏସ୍ଏଚଜି କୁ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ କାମ ସରିବା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଦେବା ପାଇଁ ମଙ୍ଗଳବାର ଭଞ୍ଜନଗର ଏନ.ଏ.ସି କାଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏସ୍ଏଚଜି ଗ୍ରୁପର ସଭ୍ୟା ମାନେ ଭାଗ ନେଇଥିଲେ । ଏନ.ଏ.ସି ବସ୍ତି ଅଂଚଳ ଉନ୍ନୟନ ର ସଂଯୋଜକ ଶୂଳପାଣି ଶତପଥୀ ଓ ପଞ୍ଚାନନ ପାଳ ଅତିଥି ଭାବେ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ। ସିଏମ୍ଏମ୍ ସୁବ୍ରତ କୁମାର ମହାନ୍ତି କାଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଯନ୍ତ୍ରୀ ସୁଶାନ୍ତ ସାହୁ ଯୋଜନା ସମ୍ପର୍କରେ କହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ