ଆମପାଣି ବୁଢ଼ାରଜା ମନ୍ଦିର ରେ ଭାଲୁ ଲୋକେ ଆତଙ୍କିତ
କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲାର ସୀମାନ୍ତ କୋକସରା ବ୍ଲକ ର ଆମପାଣି ଘାଟି ତଳେ ପୂଜା ପାଉଛନ୍ତି ଜନ ମାନସ ର ଆରାଧ୍ୟ ଦେବ ପ୍ରଭୁ ବୁଢ଼ାରଜା ସାହାଜଖଲ ଜଙ୍ଗଲ ପାଦଦେଶ ରେ ପ୍ରଭୁ ବୁଢ଼ାରଜା ଙ୍କ ମନ୍ଦିର ରହିଛି ଗତକାଲି ଏକ ବିରାଟକାୟ ଭାଲୁ ମନ୍ଦିର ପରିସର କୁ ଆସି ପ୍ରାୟ ଏକ ଘଣ୍ଟା ଧରି ବୁଲୁଥିବା ଦେଖିବାକୁ ମିଳିଛି ଭାଲୁ ଟି ଆସି ମନ୍ଦିର ବେଡା ରେ ଭକ୍ତ ଚଢାଇଥିବା ନଡ଼ିଆ ଓ ଅନ୍ୟ ଫଳମୂଳ ଖାଇ ପୁଣି ଥରେ ଜଙ୍ଗଲ କୁ ଫେରିଯାଇଛି ଏହି ଘଟଣା ପରେ ସନ୍ଧ୍ୟା ହେଲେ ଏହି ରାସ୍ତା ରେ ଲୋକେ ଯାତାୟାତ କରିବା ପାଇଁ ଭୟଭୀତ ରହୁଥିବା ଦେଖିବାକୁ ମିଳିଛି ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଭାଲୁ ଦେଖିବାକୁ ମିଳିଥିଲା ତେବେ ଗତ କିଛିଦିନ ଏହି ଭାଲୁ ମନ୍ଦିର କୁ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି ତେବେ ଭାଲୁ ହିଂସ୍ର ଜନ୍ତୁ ହୋଇଥିଲେ ସୁଦ୍ଧା କାହାକୁ କିଛି କ୍ଷତି କରୁନାହିଁ ନିଜେ ଆସି ପୁଣି ଖାଦ୍ୟ ଗ୍ରହଣ କରି ପୁଣି ଜଙ୍ଗଲ ମୁହାଁ ହେଉଛି |


