ମଝିଗାଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ପ୍ରେଣ୍ଡସ କ୍ଲବ ଜମ୍ଭରାକୁ ହରାଇ ବନସ୍ଥା ଚମ୍ପିୟନ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ମଝିଗାଁ ପଡିଆଠାରେ ବ୍ଲାଷ୍ଟର ଇଲେଭେନ ମଝିଗାଁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ବନସ୍ଥା ଏକାଦଶ ଫ୍ରେଣ୍ଡସ କ୍ଲବ ଜମ୍ଭରାକୁ ୩୦ରନରେ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ବନସ୍ଥା ଏକାଦଶ ବଞାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ୧୪୧ରନ ସଂଗ୍ରହ କରିଥିଲା । ତାର ଜବାବରେ ଫ୍ରେଣ୍ଡସ କ୍ଲବ ଜମ୍ଭରା ୧୧ଓଭରରେ ସମସ୍ତ ଉଇକେଟ ହରାଇ ୧୧୧ରନ ସଂଗ୍ରହ କରିଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସରପଞ୍ଚ ଅନୁସୁୟା ବେହେରା, ରମାକାନ୍ତ ନାୟକ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ତାରିଣୀ ପ୍ରସାଦ ସେନାପତି, ଦେବକୀ ନାୟକ, ଅମୁଲ୍ୟ ହାତୀ, ନାରାୟଣ ମଲ୍ଲିକ, ବିନୋଦ ହାତୀ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମୃତ୍ୟୁଞ୍ଜୟ ଖଟୁଆ, ସରୋଜ ମଲ୍ଲିକ, ନନ୍ଦ କିଶୋର ବେହେରା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ଜଗଦାନନ୍ଦ ମୁଦୁଲି, ପ୍ରଭାତ ମଲ୍ଲିକ, ରତିକାନ୍ତ ମଲ୍ଲିକ, ବିଶ୍ୱମୋହନ ନାୟକ, ରାଜେଶ କୁମାର ମଲ୍ଲିକ, ଯଯାତି ଖଟୁଆ, ଭାଷ୍କର ମଲ୍ଲିକ, ଭରତ ଚନ୍ଦ୍ର ଖୃୁଆ, ଜଗମୋହନ ନାୟକ, ରତିକାନ୍ତ ଖଟୁଆ, ଆନିତ ଖଟୁଆ, ବିଜୟ ମଲ୍ଲିକ, ରୁଦ୍ରନାରାୟଣ ମଲ୍ଲିକ, ରାଜୁ ମଲ୍ଲିକ ପ୍ରମୁଖ କ୍ଲବ ସମସ୍ୟ ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ