ହାଟଡିହି ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶିଶିର କୁମାର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ପୁର୍ବତନ ବିଧାୟକ ମାୟାଧର ଜେନା, ନିତ୍ୟାନନ୍ଦ ପହି, କାମପାଳ ନାୟକ, ବିଜୟ କୁମାର ଜେନା, ରୁପ ନାରାୟଣ ଦାସ, ମାନସୀ ସାହୁ, ପରମାନନ୍ଦ ପରିଡା, ମାନସ କୁମାର ନାୟକ, ଲିଳାବତୀ ଜେନା, ପ୍ରମୋଦ ବେହେରା, ଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସରକାରଙ୍କ ଏହିଯୋଜନାକୁ ସଫଳ ରୁପାୟନ କରିବାଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ସ୍କୁଲରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ତାହାର ସମାଧାନ ପାଇଁ ନିଷ୍ପତି ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ