ଶଙ୍କରାଖୋଲରେ ମୋବାଇଲ ଦୋକାନରୁ ପୁଣି ଚୋରି: ଅଞ୍ଚଳରେ ବାରମ୍ବାର ଚୋରୀକୁ ନେଇ ଅସନ୍ତୋଷ ବୃଦ୍ଧି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକର ଶଙ୍କରାଖୋଲ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ମୋବାଇଲ୍ ଦୋକାନରୁ ଚୋରି ହୋଇଛି। ଏନେଇ ଦୋକାନି ମାଲିକ ସନ୍ତୋଷ କୁମାର ଚିନାରା ଟିକାବାଲି ଥାନାରେ ଏକ ଏତଲା ଦେଇଛନ୍ତି।ଏତଲା ପ୍ରକାରେ, କେସ ନଂ ୮୦ା୨୦ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରେବତି ଶବର ସୂଚନା ଦେଇଛନ୍ତି। ଅଭିଯୋଗ ପ୍ରକାରେ ପୁଲିସ୍ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ କରିବା ସହିତ ସନ୍ଦେହରେ ୨ ଜଣକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି। ସେହିଭଳି ପୂର୍ବରୁ ଉକ୍ତ ଦୋକାନ ଓ କିଓଷ୍କ ବ୍ୟାଙ୍କରେ ମଧ୍ୟ ଚୋରି ହୋଇଥିଲା । ବାରମ୍ବାର ଚୋରିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ର ପେଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ