ଗଜପତିରେ ପ୍ରବଳ ଶୀତର ଲହରୀ, ଜନଜୀବନ ଅସ୍ତବ୍ୟସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଗତ କିଛି ଦିନ ହେଲା ହାଡଭଙ୍ଗା ଶୀତ ଅନୁଭୁତ ହେଉଅଛି । ପ୍ରବଳ ଶୀତ ସକାଳ ଏବଂ ସନ୍ଧ୍ୟାରେ ଅନୁଭୂତ ହେବା ସହ ଶୀତର ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ସମସ୍ତ ୭ ବ୍ଲକମୋହନା,ଆର୍‌.ଉଦୟଗିରି,ଗୋଷାଣି,ରାୟଗଡ,ଗୁମ୍ମା,ନୁଆଗଡ,କାଶୀନଗର ଆଦି ଅଞ୍ଚଳରେ ଜାଡ ପାଇଁ ସହର ଠାରୁ ଆରମ୍ଭ କରି ଗାଁ ଗହଳିର ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି । ଘର ଭିତରେ କାଠ ଚୁଲା ଏବଂ ଦାଣ୍ଡରେ ନିଆଁ ଲାଗାଇ ବସୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ସନ୍ଧ୍ୟା ପୂର୍ବରୁ ଦୋକାନ ବଜାର ବନ୍ଦ ହେବା ସାଙ୍ଗକୁ ରାସ୍ତା ଘାଟ ସବୁ ଶୂନଶାନ ହୋଇ ଯିବାର ଦେଖା ଯାଉଛି । ଶୀତ ସାଙ୍ଗକୁ ସକାଳୁଆ ଘନକୁହୁଡି ଜନଜୀବନକୁ ଅଧିକ ପ୍ରଭାବିତ କରୁଛି । ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ କୁହୁଡି ରହୁଥିବାରୁ ରାସ୍ତାରେ ଯାନବାହାନ ଚଳାଚଳ ବାଧା ପ୍ରାପ୍ତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ