ସାନଖେମୁଣ୍ଡି ବ୍ଲକ ରେ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ ପାଳିତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି l ଏହି କାଯ୍ୟକ୍ରମ ଲିଟୁ ପ୍ରଧାନଙ୍କ ଅଧକ୍ଷତା କରିଥିବା ବେଳେ ବିଜେପିର ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୀବନୀ ତାଙ୍କର ନୀତି ଆଦର୍ଶ ଓ ସ୍ୱାଭିମାନ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ l ସାନମାନିତା ଅତିଥି ଭାବେ ରାଜ୍ୟ କାଯ୍ୟକାରିଣୀ ସଭ୍ୟ ଅରୁଣ କୁମାର ପଣ୍ଡା, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା କବିତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ, ଟି.ଗୋବିନ୍ଦପୁର ସରପଞ୍ଚ ମଙ୍ଗଳା ଗମାଙ୍ଗୋ ପ୍ରମୁଖ ମଞ୍ଚାସିନ ଥିଲେ l ପବିତ୍ର ତ୍ରିପାଠୀ, ସୁଦର୍ଶନ ଚୌଧୁରୀ, ସୀମା ପ୍ରଧାନ, ରେଡ଼ିକା ଜାନି ଙ୍କ ସମେତ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ