୩୧ ଶାଳ ଗଣ୍ଡି ସହ ମିନି ଟ୍ରକ ଜବତ, ଚୋରା ମାଫିଆ ଚମ୍ପଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ସକ୍ରିୟ ହୋଇପଡିଛନ୍ତି କାଠ ମାଫିଆ, ଦିନ ଅପେକ୍ଷା ରାତିରେ ବଡ ବଡ ବହୁ ମୂଲ୍ୟବାନ ଦୃମକାୟ ଗଛକୁ କାଟି ନେଇଯାଉଛନ୍ତି । ଗଜପତି ଜିଲ୍ଲା ମୋହନାର ବଡଖଣି ଓ କେଶରାସ୍ତା ନିକଟସ୍ଥ ଜଙ୍ଗଲରୁ କାଠ ମାଫିଆ ମାନେ ବହୁ ମୂଲ୍ୟବାନ ଗଛ କାଟି ନେଉଥିବାବେଳେ ବନ ବିଭାଗର କର୍ମଚାରୀ ମାନେ ଚଢାଉ କରି କାଠ ଗଣ୍ଡି ସହ ବ୍ୟବହୃତ ୪୦୭ ମିନିଟ୍ରକୁ ଜବତ କରିଛନ୍ତି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ମୋହନା ବନାଞ୍ଚଳର ମୋହନା ଫରେଷ୍ଟ ସେକ୍ସନରେ ଥିବା ଚଡିଆପଦା ଜଙ୍ଗଲରୁ କାଠ ମାଫିଆ ମାନେ ରାତିଅଧ>ଆ ଗଂଜାମ ଜିଲ୍ଲାର ବଡଗଡକୁ ଚୋରା ଚାଲାଣ କରିବା ଲାଗି ପ୍ରସ୍ତୁତି ଚଳାଇଥିଲେ । ତେବେ ବନ ବିଭାଗର କର୍ମଚାରୀ ମାନେ କୌଣସି ସୂତ୍ରରୁ ଖବ ପାଇ ରାତ୍ରକାଳିନ ପେଟ୍ରୋଲିଂ କରିବା ସହ ଘଟଣା ସ୍ଥଳରେ ପହଞ୍ôଚ ଚଢାଉ କରିଥିଲେ । ଚଢାଉ ବେଳେ କେସରା ଓ ବଡଖଣି ରାସ୍ତା ମଧ୍ୟରେ ଥିବା ଚଡିଆପଦା ଗ୍ରାମ ନିକଟରେ ଗୋଟିଏ ୪୦୭ ମିନିଟ୍ରକ ନଂ ଓଆର୍ ୦୭ବି ୯୯୮୭ ଗାଡିରେ ବଡବଡ କାଠ ଗଣ୍ଡି ଲୋଡ ହୋଇ ରହିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ମାଫିଆମାନେ କୌଣସି ମତେ ସୁରାଗ ପାଇ ଗାଡିକୁ ଛାଡି କେଉଁଆଡେ ଚମ୍ପଟ ମାରିଦେଇଥିଲେ । ଜବତ ଗାଡିକୁ ଯାଞ୍ଚ ବେଳେ ୩୧ ଗୋଟି ମୂଲ୍ୟବାନ କାଠଗଣ୍ଡି ମିଳିଥିବା ବେଳେ ଗୋଟିଏ ପିଆଶାଳ ଗଣ୍ଡି ଯାହାକି ୩.୬୦ସିଏଫ୍‌ଟି ଏବଂ ୩୧ ଗୋଟି ଶାଳ ଗଣ୍ଡି ଯାହାକି ୧୧୩.୭୩ ସିଏଫ୍‌ଟି ରହିଛି । ଜବତ ହୋଇଥିବା କାଠ ଗଣ୍ଡିର ଆନୁମାନିକ ବଜାର ମୂଲ୍ୟ ୮୦ହଜାର ରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା । ଘଟଣାକୁନେଇ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ