ମିନି ଭ୍ୟାନ ବ୍ରେକ ଫେଲ, ଅଳ୍ପକେ ବର୍ତ୍ତିଲେ 10 ଶ୍ରଦ୍ଧାଳୁ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ଅନୁଷ୍ଠିତ ମହେନ୍ଦ୍ରମେଳା ଦର୍ଶନ କରି ଫେରୁଥିବା ବେଳେ ଏକ ମିନି ଭ୍ୟାନ ବ୍ରେକ୍ ଫେଲ୍ ହୋଇଯିବାରୁ ବଡ଼ ଦୁର୍ଘଟଣା ଅଳ୍ପକେ 10 ଜଣ ଶ୍ରଦ୍ଧାଳୁ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ, ଗତକାଲି ଆନ୍ଧ୍ରର ଇଚ୍ଛାପୁର ନିକଟସ୍ଥ ରାଟୀ ଗ୍ରାମର ୧୦ ଜଣ ଶ୍ରଦ୍ଧାଳୁ ମହେନ୍ଦ୍ରମେଳା ଦର୍ଶନ ସାରି  ଫେରୁଥିବା ବେଳେ ଗଡାଣିଆ ଘାଟିର 7 ନଂ ପାହାଡ଼ର ଶେଷ ଘାଟିରେ ଅତିକ୍ରମ କରି ଆସୁଥିବା ବେଳେ ହଠାତ ଗାଡ଼ିର ବ୍ରେକ୍ ଫେଲ ହୋଇଯାଇଥିଲା. ହେଲେ ଗାଡିର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସିଥିବା ସମସ୍ତ 10 ଜଣ ଶ୍ରଦ୍ଧାଳୁ ସୁରକ୍ଷିତ ଭାବେ ରକ୍ଷା ପାଇଥିଲେ। ଏହି ଦୁର୍ଘଟଣାରେ 3 ଜଣ ମହିଳା ସାମାନ୍ୟ ଆହତ ହୋଇଥିଲେ. ସେମାନଙ୍କ ମଧ୍ୟରୁ 2 ଜଣ ମହିଳାଙ୍କୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ପୋଲିସ ସହାୟତାରେ ଭର୍ତ୍ତି କରାଯାଇଥିଲା. ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଫେରି ଯାଇଥିବା ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ