ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ବିନ୍ଦୁପ୍ରିୟା ପ୍ରସାର ଭାରତୀ ଦ୍ୱାରା ସମ୍ମାନଜନକ କଳାକାର ମାନ୍ୟତା ହାସଲ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରମୁଖ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନର ପ୍ରଶିକ୍ଷିକା ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ବିନ୍ଦୁପ୍ରିୟା ବେହେରା ନୂଆଦିଲ୍ଲୀସ୍ଥିତ ପ୍ରସାର ଭାରତୀ ଅଧୀନ ଦୂରଦର୍ଶନ ମହା ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶୀ ନୃତ୍ଯ କ୍ଷେତ୍ରରେ ସମ୍ମାନଜନକ କଳାକାର ମାନ୍ୟତା ହାସଲ କରିଥିବା ସୂଚନା ମିଳିଛି. ଅତି ନିକଟ ଭବିଷ୍ୟତରେ ତାଙ୍କୁ ଏହି ସମ୍ମାନରେ ସମ୍ମାନ କରାଯିବା ସ୍ଥିର ହୋଇଛି. ଦୀର୍ଘ ବର୍ଷର ସାଧନା, ନିଷ୍ଠା ଓ ପରିଶ୍ରମର ଫଳସ୍ୱରୂପ ମିଳିଥିବା ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ସମଗ୍ର ଗଜପତି ଜିଲ୍ଲାର ସାଂସ୍କୃତିକ ଗୌରବର ପ୍ରତୀକ ବୋଲି ବିଦୁପ୍ରିୟା ମତପ୍ରକାଶ କରିଛନ୍ତି । ବିଦୁପ୍ରିୟା ଗଜପତି ଜିଲ୍ଲାର ଜଣେ ଦକ୍ଷ ନୃତ୍ୟଶିଳ୍ପୀ ଓ ପ୍ରଶିକ୍ଷିକା ଭାବେ ସେ ଅନେକ ନୂତନ ପ୍ରତିଭାଙ୍କୁ ଗଢ଼ି ତୋଳିଛନ୍ତି। ବିନ୍ଦୁପ୍ରିୟାଙ୍କ ଏହି କୃତିତ୍ୱ ଯୁବ ନୃତ୍ୟଶିଳ୍ପୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।


