ବିଶ୍ୱ ପରିବେଶ ଦିବସ–୨୦୨୬ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବିଶ୍ୱ ପରିବେଶ ଦିବସ–୨୦୨୬ ଅବସରରେ, ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହା ପରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଜିଲ୍ଲାସ୍ତରୀୟ ସମାରୋହରେ ମୋହନା ବିଧାୟକ ମାନ୍ୟବର ଦଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ. ନାଗାରାଜୁ, ଆଇ.ଏଫ୍.ଏସ୍., ସହକାରୀ ବନ ସଂରକ୍ଷକ ଶାଇନ ଶ୍ରୀ ଦାଶ ଓ ଅରୁଣ କୁମାର ସାହୁ, ରେଞ୍ଜ ଅଧିକାରୀ ବ୍ରହ୍ମାନନ୍ଦ ସାହୁ, ବନ କର୍ମଚାରୀ, ଶିକ୍ଷକ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମାନ୍ୟବର ବିଧାୟକଙ୍କ ଦ୍ୱାରା ମହେନ୍ଦ୍ରଗିରିର ତିନୋଟି ଟ୍ରେକିଂ ପଥର ଉଦ୍ଘାଟନ କରାଯାଇଥିଲା। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୋଗ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ପ୍ରକୃତି ବନ୍ଧୁ ଏବଂ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଅବସରରେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦ୍ୱାରା ରଚିତ ପରିବେଶ ସଚେତନତା ସମ୍ବନ୍ଧୀୟ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା। ପରବର୍ତ୍ତୀ ସମୟରେ ମାନ୍ୟବର ବିଧାୟକ ଚାରା ବଣ୍ଟନ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହା ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ଚାରା ବଣ୍ଟନ କରାଯାଇ ବୃକ୍ଷରୋପଣ ଓ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ