ସୋରଡା ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ସୋରଡା ବିଜେଡି ତରଫରୁ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ସୋରଡା ସ୍ଥିତ ଖୁଣ୍ଟେଶ୍ୱରୀ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଅଛି ।ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ହୋଇଥିଲା ।ଏଥିରେ ବେଲଗୁଣ୍ଠା ଓ ସୋରଡା ଅଞ୍ଚଳରେ ବହୁ ବରିଷ୍ଠ ନେତା,କର୍ମୀ ଯୋଗଦେଇ ବିଜୁ ଜନତା ଦଳ ଆରମ୍ଭ ଦିନଠାରୁ ଓଡିଶାକୁ ବିକାଶମୁଖୀ କରାଇ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ବ ଶାସନରେ ରହିପାରିଛି ବୋଲି ମତବ୍ୟକ୍ତ କରିଥିଲେ ।ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୋରଡା ନିର୍ବାଚନ ମଣ୍ଡଳୀର ପାଞ୍ଚଟି ପଞ୍ଚାୟତର ଲୋକେ ବିଜେଡିରେ ସାମିଲ ହୋଇଥିଲେ ।ଦଳକୁ ଶୃଙ୍ଖଳିତ କରି ଆଗାମୀ ଦିନରେ ବିଜେଡିକୁ ଆହୁରି ମଜବୁତ୍ କରିବାକୁ ବିଧାୟକ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ ।ଅନ୍ୟତମ ଅତିଥି ଭାବରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ନବୀନ ସରକାର ମହିଳା ମାନଙ୍କ ପାଇଁ ବହୁ ଯୋଜନା କରିଛନ୍ତି ।ମହିଳାଙ୍କ ଆତ୍ମନିର୍ଭରଶୀଳ କରିବା ପାଇଁ ଏସ.ଏଚ.ଜି ଗୃପ୍ ଗୁଡିକୁ ବିଭିନ୍ନ ପ୍ରକାର ଦାୟିତ୍ୱ ବଣ୍ଟନ କରିଛନ୍ତି ।ମହିଳା ସଶକ୍ତିକରଣ କରିବା ପାଇଁ ନବୀନ ବାବୁ ପ୍ରତିଜ୍ଞାବଦ୍ଧ ବୋଲି ବକ୍ତବ୍ୟ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ,ସୋରଡା ବ୍ଳକ ଅଧ୍ୟକ୍ଷା ସାଇବାଣୀ ମଳିକ,ବ୍ଲକ ବିଜେଡି ସଭାପତି ବସନ୍ତ ସ୍ୱାଇଁ, ଉପାଧ୍ୟକ୍ଷ ବିକଳ ବେହେରା,ସୋରଡା ଏନ୍.ଏ.ସି ବିଜେଡି ସଭାପତି ସଂଜିବ ଅଧିକାରୀ,ରବି ମହାପାତ୍ର,ଚନ୍ଦ୍ରମଣି ସାମଲ,ପ୍ରଶାନ୍ତ ସାହୁ,ଦୂର୍ଗା ମାଧବ ନାୟକ,ରାଜେନ୍ଦ୍ର ଗୌଡ,ଅମିତ୍ ନାୟକ ,ପ୍ରଭାତ ସ୍ବାଇଁ,ଚନ୍ଦ୍ରଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ବେଲଗୁଣ୍ଠା ବ୍ଳକ ବିଜେଡି ସଂପାଦକ ଏସ୍.ରାମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ସୋରଡା ଓ ବେଲଗୁଣ୍ଠା ବ୍ଳକର ପ୍ରାୟ 8000ରୁ ଉର୍ଦ୍ଧ୍ବ କର୍ମୀ ଏହି ସମବେଶରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ