ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ

 

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ବିଶ୍ୱାବ୍ୟାଙ୍କ ସହାୟତାରେ ରାଜ୍ୟ ଉଚ୍ଚଶିକ୍ଷାର ଉତ୍କସତା ଓ ସମାନତା ପରିଜଜନା କାଯ୍ୟକ୍ରମରେ ବି. ଡିପୂର ସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଭିତିଭୂମି ବିକାଶ ତଥା ନୂତନ ଗୃହର ନିର୍ମାଣ କାଯ୍ୟ ପାଇଁ ତା.23.12.20ରିଖ ଦିନ ଗଞ୍ଜାମ ମାଟିର ମଉଡମଣୀ ତଥା ଓଡିଶାର ମାନ୍ୟବର ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ. ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଯୁକ୍ତ ଆରୁଖ କହି ଥିଲେ ଯେ, 3 କୋଟି 22 ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ଗୃହ ନିଶ୍ଚିତ ଭାବରେ ଅଂଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରିବ l ମହାବିଦ୍ୟାଳୟର ଅଧକ୍ଷ ପ୍ରାଧ୍ୟାପକ ପ୍ରଭାକର ଶତପଥୀ ସଭାପତିତ୍ବ କରି ନିଜ ଅଭିଭାଷଣରେ ମନ୍ତ୍ରୀ ଆରୁଖଙ୍କ ଦ୍ୱାରା ହିଁ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉର୍ନତି ହୋଇଯାଇଛି l ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ କାଯ୍ୟକ୍ରମର ପରିଚାଳନା କରିଥିଲେ l ଜିଲ୍ଲା ପରିଷଦ ସଭ୍ୟ ଡାକ୍ତର. ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ, ପଂଚାୟତ ସମିତିର ଉପlଦକ୍ଷ ହିମାଂଶୁ ଶେଖର ବାରିକ, ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ, ସମିତି ସଭ୍ୟ ଅମୀର କୁମାର ସ୍ୱାଇଁ ଏବଂ ସମାଜସେବି ସୁଳପାଣି ଶତପଥୀ ସମେତ ନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ନାହାକ ବ୍ୟୟ ର ଅଟକଳ ଓ ନିର୍ମାଣ କାର୍ଯ୍ୟର ସମୟ ଧାର୍ଯ୍ୟର ବିବରଣୀ ଦେବା ସହ ମଂଚାସୀନ ଥିଲେ lଶ୍ରୀ ଯୁକ୍ତ ବାରିକ ତାଙ୍କ ବକ୍ତବ୍ୟ ରଖି କହି ଥିଲେ କି ଗାଁ ଗାଁ ରେ ପୋଲ, ଗାଁ କୁ ରାସ୍ତା ର ସଂଯୋଗ ଓ ସ୍କୁଲ ଗୃହ, ଶିକ୍ଷା ର ଉନ୍ନତି ମାନ୍ୟବର ମନ୍ତ୍ରୀ ଙ୍କ ସମୟ ରେ ହିଁ ସବୁ ସଫଳତା ଆମେ ପାଇଛେ! ମାନ୍ୟବର ମନ୍ତ୍ରୀ ଆରୁଖ -ଶିକ୍ଷାର ସର୍ବାଙ୍ଗୀନ ଉର୍ନତି ଓ ସରକାରଙ୍କର ବିଭିନ୍ନ ଯୋଜନା ବର୍ତମାନ କାର୍ଯ୍ୟକାରୀ ହେବା ସହିତ ଅଂଚଳବାସିଙ୍କ ପାଇଁ ପାନୀୟଜଳର ପ୍ରକଳ୍ପ 88ଲକ୍ଷ ଟଙ୍କା ବ୍ୟୟରେ ବି. ଡି ପୁର ଗ୍ରାମର ଘରେ ଘରେ ଖୁବ ଶୀଘ୍ର ଯୋଗାଇ ଦେବା ଉପରେ ଘୋଷଣା କରିଥିଲେ l ଅଧ୍ୟାପକ ବସନ୍ତ କୁମାର ଶତପଥୀ ଅଥିତି ମାନଙ୍କୁ ସ୍ୱାଗତ କରିଥିବାବେଳେ ଜୟସେନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ l ପ୍ରାଧ୍ୟାପକ ବିପିନ ବିହାରୀ ପାଢୀ, ଡ଼କ୍ଟର ଅଶୋକ କୁମାର ଷଡ଼ଙ୍ଗୀ, ଡ଼କ୍ଟର ରମଣୀ ରଞ୍ଜନ ମିଶ୍ର, ଡ଼କ୍ଟର ଜଗନ୍ନାଥ ତ୍ରିପାଠୀ ସମେତ ଅଧ୍ୟାପକ ହର ପ୍ରସାଦ ଶତପଥୀ, ସୁଧୀର କୁମାର ପଟ୍ଟନାୟକ, ଦୀପକ କୁମାର ନାୟକ, ଅଧ୍ୟାପିକା ମାମିନା ଆଚାର୍ଯ୍ୟ, ଅର୍ଚନା ପ୍ରିୟଦର୍ଶିନୀ, ମିନାକ୍ଷୀ ସରଙ୍ଗୀ, ଟିକି ଚନ୍ଦ୍ରିକା ସ୍ୱାଇଁ ଓ NCC କ୍ୟାଡର ତଥା NSS ସ୍ବେଛାସେବୀ, ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ କୁ ସହାୟତା କରି ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ