ବନବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର

କୋଦଳା,(ଗୁଲସନ କୁମାର କର): ବେଗୁନିଆପଡ଼ା ବ୍ଲକ ର ଡଭାବଣିଆ ଭଳି ଦୁର୍ଗମ ଅଂଚଳ ରେ ବନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ପ୍ରୟାସ ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ବିଭାଗ ତରଫରୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ଜୟଦେବ ନାୟକ ଓ ରୋଗ ନିଦାନକାରୀ ସୁକାନ୍ତ କୁମାର ନାୟକ ଙ୍କ ଦ୍ଵାରା ମ୍ୟାଲେରିଆ, ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ରୋଗ ର ପରୀକ୍ଷା କରିବା ସହ ମାଗଣା ଔଷଧ ବିତରଣ କରିଥିଲେ। ବନବିଭାଗ ତରଫରୁ ଜିଲ୍ଲା ବନାଧିକାରୀ ସତ୍ୟନାରାୟଣ ବେହୁରା(ଘୁମୁସର, ଦକ୍ଷିଣ) ଙ୍କ ନେତୃତ୍ୱ ରେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ ଙ୍କ ତତ୍ତ୍ୱବଧାନ ରେ ଉପରୋକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାରେ କୋଦଳା ବନପାଳ କୋରା ପ୍ରସାଦ ଜେନା, ବନରକ୍ଷୀ ରମାକାନ୍ତ ହୋତା, ଲିଲି ମଲ୍ଲିକ ସହଯୋଗ କରିଥିଲେ। ଗାଡି ଚାଳକ ସୁମନ୍ତ ଜେନା ଔଷଧ ବିତରଣ ରେ ସାହାଯ୍ୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ