ହାତୀ ଉପଦ୍ରଵରେ ଅତିଷ୍ଟ ଗ୍ରାମବାସୀ
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଜଙ୍ଗଲ ବିଭାଗର ଅପାରଗତା ପାଇଁ କଷ୍ଟ ଭୋଗୁଛନ୍ତି ନିରୀହ ଗ୍ରାମବାସୀ ଫସଲ ନଷ୍ଟ କଲେ କୌଣସି ପ୍ରତିକାର ନାହିଁ । ଆଜି ଭୋର ଦୁଇଟା ସମୟରେ ଟାଙ୍ଗୀ ଚୌଦ୍ୱାର ବ୍ଲକର ଦାମୋଦରପୁର ଗ୍ରାମରେ ହାତୀ ପଲ ପଶି ବ୍ୟାପକ କ୍ଷତି ଘଟାଇଛନ୍ତି. ଗ୍ରାମର ଜଣେ ବିଧବା ଚାଷୀ ଫୁଲ ପ୍ରଧାନ ଙ୍କ ଖଳାରେ ହାତୀ ପଶି ବ୍ୟାପକ କ୍ଷତି କରିବା ସହ ନିକଟସ୍ଥ ଭରତ ରାଉତଙ୍କ ଖଳାରେ ମଧ୍ୟ ବ୍ୟାପକ ଧାନ ବସ୍ତା ନଷ୍ଟ କରିବା ସହ ଅନେକ କଦଳୀ ଗଛ ଓ ତାଳ ଗଛ ଭାଙ୍ଗିଛନ୍ତି ।ଟଙ୍କା କରଯ କରି ଫସଲ କରିଥିବା ଫୁଲ ବେହେରାଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ବେଳେ ସେ ଆକୁଳ ହୋଇ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।ଏହି ସମ୍ପର୍କରେ ସରପଞ୍ଚ ଦେବେନ୍ଦ୍ର ଯେଠି କହିଛନ୍ତି ପଞ୍ଚାୟତ ତରଫରୁ କୌଣସି ସେପରି ବ୍ୟବସ୍ଥା ନାହିଁ. ମାତ୍ର ଜଙ୍ଗଲ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରିନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


