ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା : ମେ ୮ରୁ ଆରମ୍ଭ ହେବ ଫର୍ମ ପୂରଣ

କଟକ(ଓ୍ବାଇଏନଏସ) : ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ୮ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ ୧୮ ତାରିଖ ଯାଏଁ ଫର୍ମ ଫିଲପ ପ୍ରକ୍ରିୟା ଚାଲିବ। ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନେ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ଏହାର ସୁଯୋଗ ନେଇ ପାରିବେ। ସେହିପରି ମାଟ୍ରିକ ପରୀକ୍ଷା ଫଳକୁ ନେଇ ଯେଉଁ ପରୀକ୍ଷାର୍ଥୀଙ୍କ ମନରେ ଅସନ୍ତୋଷ ରହିଛି। ସେମାନେ ଚାହିଁଲେ ରିଚେକିଂ କିମ୍ବା ଆଡିସନ ଲାଗି ଆବେଦନ କରି ପାରିବେ। ଏଥିପାଇଁ ୧୧ ତାରିଖରୁ ଆବେଦନ କରିହେବ। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ ଜରିଆରେ ଛାତ୍ର ଛାତ୍ରୀ ମାନେ ଅନ ଲାଇନ ଜରିଆରେ ଆବେଦନ କରି ପାରିବେ। ଯାହା ଲାଗି ନିର୍ଦ୍ଧିଷ୍ଟ ଦେୟ ଦେବାକୁ ହେବ। ମେ ମାସ ୨୨ ତାରିଖ ଯାଏଁ ଏହି ଆବେଦନ କରିହେବ ବୋଲି ବୋର୍ଡ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ସୂଚନାଯୋଗ୍ୟ ଯେ ଗତ ଶନିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତ ବର୍ଷ ପାସ ହାର ୯୫.୩୩ ପ୍ରତିଶତ ରହିଛି। ଏ ୧ ଗ୍ରେଡରେ ୨୪୫୬ ଜଣ ପାସ କରିଛନ୍ତି। ଏ ୨ରେ ୧୫ ହଜାର ୬୮୧ ଛାତ୍ରଛାତ୍ରୀ ପାସ କରିଛନ୍ତି। ବି ୧ରେ ପାସ କରିଛନ୍ତି ୪୩ ହଜାର ୫୬୫। ବି୨ରେ ୮୬ ହଜାର ୧୦୩ ଛାତ୍ରଛାତ୍ରୀ ପାସ କରିଛନ୍ତି। ସି ଗ୍ରେଡରେ ପାସ କରିଛନ୍ତି ଏକ ଲକ୍ଷ ୨୯ ହଜାର ୮୧୩ ଜଣ। ଡି ଗ୍ରେଡରେ ୧,୪୬,୧୫୨ ଜଣ ପାସ କରିଛନ୍ତି। ଇ ଗ୍ରେଡରେ ୯୫,୪୮୧ ଜଣ ପରୀକ୍ଷାର୍ଥୀ ଉର୍ତ୍ତଣ୍ଣ ହୋଇଛନ୍ତି। ୩୩୧୦ ସ୍କୁଲରେ ଶତପତିଶତ ରେଜଲ୍ଟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ