ବଧୁ ନିର୍ଯ୍ୟାତନା, ଶାଶୁ ଓ ଶ୍ୱଶୁର ଥାନାରେ ଅଟକ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ପାଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଡିସେମ୍ବର ୨୭ ତାରିଖ ରାତ୍ରିରେ ନବବଧୁ ଙ୍କୁ ସ୍ଵାମୀଙ୍କ ଅନୁପସ୍ଥିତରେ ଶାଶୁ ଓ ଶ୍ବଶୁର ମାଡମାରି ବାନ୍ଧି ଅନ୍ୟ ଜଣଙ୍କ ଉଚ୍ଚା ବାଉଁଶ ଡୋଲିରେ ପକାଇ ଦେଇଥିଲେ। ୨୮ ତାରିଖରେ ସକାଳେ ଗ୍ରାମର ଲୋକମାନେ ଜାଣିବା ପରେ ନବବଧୁ ଝିଲି ଆରୁଖ ଓରଫ ଝିଲି ପ୍ରଧାନ(୨୦)ଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡ଼ିକାଲକୁ ଏକ ଅଟୋରେ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବୁବୁଡାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବୁଗୁଡା ଥାନା ମଙ୍ଗରାଜପୁର ଗ୍ରାମର ସତ୍ୟ ନାରାୟଣ ଆରୁଖଙ୍କ ପୁଅ ଜିତେନ୍ଦ୍ର ଆରୁଖ ବୁଗୁଡା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ପଠାଣି ପ୍ରଧାନଙ୍କ ଝିଅ ଝିଲି ପ୍ରଧାନ ଙ୍କୁ ବୈଦିକ ରୀତିରେ ପ୍ରାୟ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ। ଝିଲିଙ୍କ ସ୍ୱାମୀ ଜିତେନ୍ଦ୍ର ଆରୁଖ ବର୍ତ୍ତମାନ ହାଇଦ୍ରାବାଦରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଜିତେନ୍ଦ୍ରଙ୍କ ଅନୁପସ୍ଥିତିରେ ଶ୍ୱଶୁର ସତ୍ୟନାରାୟଣ ଆରୁଖ ଓ ଶାଶୁ ଉଭୟେ ବୋହୁ ଝିଲିକୁ ଗତ ରାତିରେ ଭୀଷଣ ମାଡମାରି ଅନ୍ୟ ଜଣଙ୍କ ଉଚ୍ଚା ଡୋଲିରେ ବାନ୍ଧି ପକାଇ ଦେଇଥିଲେ । ୨୮ ତାରିଖ ସକାଳେ ଗ୍ରାମଲୋକେ ଝିଲିଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଏକ ଅଟୋ ଦ୍ୱାରା ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ଖବର ପାଇ ଝିଲିର ବାପା ମାଆ ବୁଗୁଡା ମେଡ଼ିକାଲକୁ ଯାଇଥିଲେ। ଝିଲିଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇବା ପରେ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବ-ଇନ୍ସପେକ୍ଟର କାର୍ତ୍ତିକ ନାୟକ ମଙ୍ଗରାଜପୁର ଗ୍ରାମକୁ ଯାଇ ଶାଶୁ ଓ ଶ୍ୱଶୁରଙ୍କୁ ବୁଗୁଡା ଥାନାକୁ ଆଣି ଅଟକ ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ଦାଖଲ ହୋଇନଥିବା ଯୋଗୁଁ ମାମଲା ପଞ୍ଜୀକୃତ ହୋଇ ପାରିବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ