ଦୁଇଦିନିଆ ଗ୍ରାହକ ସମ୍ପର୍କ ଅଭିଯାନ ମେଳା ଉଦଯାପିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଚାଷୀ, ଏସଏଚଜି ମହିଳା, କ୍ଷୁଦ୍ର ଚାଷୀ, କ୍ଷୁଦ୍ର ବେପାରୀଙ୍କ ସମେତ ବହୁ ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କମାନେ କିପରି ସମସ୍ତ ବର୍ଗର ଲୋକମାନଙ୍କୁ ଋଣ ସହାୟତା ପ୍ରଦାନ କରିବେ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଥିଲେ । ଏ ନେଇ ବ୍ୟାଙ୍କଗୁଡ଼ିକ ଲୋକଙ୍କ ସହାୟତା ନିମନ୍ତେ ଲୋକଙ୍କ ହାତ ପାହାନ୍ତାକୁ ଆସିଛି । ସ୍ଥାନୀୟ ଅନସ୍ଲୋ ହାଇସ୍କୁଲର ମିନି ଷ୍ଟାଡିୟମ ପରିସରରେ ଆନ୍ଧ୍ରାବ୍ୟାଙ୍କର ସଂଯୋଜନାରେ ଅନୁଷ୍ଠିତ ଦୁଇଦିନିଆ ଗ୍ରାହକ ସମ୍ପର୍କ ଅଭିଯାନ ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଡିଆରଡିଏ ଏପିଡି ରବିନାରାୟଣ ତ୍ରିପାଠୀ ଯୋଗ ଦେଇ ବ୍ୟାଙ୍କମାନେ କିପରି ଅଧିକରୁ ଅଧିକ ଲୋକମାନଙ୍କୁ ଋଣ ପ୍ରଦାନ କରିବେ, ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରା ବ୍ୟାଙ୍କର ଜେନେରାଲ ମ୍ୟାନେଜର ଭି.ବ୍ରହ୍ମାନନ୍ଦ ରେଡ୍ଡୀ, ଏସବିଆଇ ରିଜନାଲ ମ୍ୟାନଜର-୨ ଏଚ୍. ଏଚ୍ . ପଟ୍ଟନାୟକ, ଏଲଡିଏମ ଅଶୋକ କୁମାର ପଣ୍ଡା, ଆନ୍ଧ୍ରାବ୍ୟଙ୍କର ଏଜିଏମ ଅନୋଜ କୁମାର ପ୍ରଧାନ ଏବଂ କାନାରା, ୟୁକୋ, ସେଟ୍ରାଲ, ଡିସିଓ, ୟୁଜିବି ସମେତ ବହୁ ବ୍ୟାଙ୍କର ମ୍ୟାନଜର ମାନେ ଉପସ୍ଥିତ ଥିଲେ ।


